କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିପାରେ ଅଡୁଆ । କଙ୍ଗନାଙ୍କ ବିରୋଧରେ ମୁମ୍ବାଇରେ ଏକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପ୍ରସିଦ୍ଧ ଗୀତକାର ଜାଭେଦ ଅଖତାର । ଏଥିରେ ଅଖତାର ଦର୍ଶାଇଛନ୍ତି, ନିଜର ଏକ ଇଂଟରଭ୍ୟୁରେ କଙ୍ଗନା ତାଙ୍କ ବିରୋଧରେ ମାନହାନି କଲାଭଲି ମନ୍ତବ୍ୟ ଦେଇଛନ୍ତି । ଅନେ୍ଧରୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଦାୟର ମାମଲାରେ ଜାଭେଦ ଅଖତାର, କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଏକ ସାକ୍ଷାତକାରରେ କଙ୍ଗନା ଦାବି କରିଥିଲେ , ହ୍ୱିତ୍ରିକ ରୋଶନ ସହ କଥିତ ସମ୍ପର୍କ ନେଇ ଆଲୋଚନା ନ କରିବାକୁ ଜାଭେଦ ଅଖତାର ଧମକ ଦେଇଥିଲେ । ଘରକୁ ଡାକିନେଇ ଅଖତାର ତାଙ୍କୁ ଧମକ ଦେଇଥିଲେ ବୋଲି କଙ୍ଗନା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/7-2.jpg)