ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ଜିତ୍ । କୋର୍ଟ କହିଲେ ମନ୍ଦ ଉଦ୍ଦେଶ୍ୟ ରଖି ଭଙ୍ଗାଯାଇଛି କଙ୍ଗନାଙ୍କ ବଙ୍ଗଳା

514

କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରାଣାୱତ ଓ ବିଏମସି ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଏହି ମାମଲାରେ କଙ୍ଗନାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି, କଙ୍ଗନା ଘର ନିର୍ମାଣ କରିବା ପୂର୍ବରୁ ବିଏମସିର ଅନୁମତି ନେଇଥିଲେ । ସେତେବେଳେ ଯଦି ଷ୍ଟ୍ରକଚର ଠିକ୍ ଥିଲା ତାହାଲେ ଏବେ କ’ଣ ଅସୁବିଧା ରହିଛି । ଏହା ସହ କୋଟ କହିଛନ୍ତି କି କିଛି ମନ୍ଦ ଉର୍ଦ୍ଦେଶ୍ୟ ରଖି ବିଏମସି କଙ୍ଗନାଙ୍କ ବଙ୍ଗଳା ଭାଙ୍ଗିଛି । ଅନ୍ୟପଟେ ବଙ୍ଗଳା ଭଙ୍ଗାଯିବା ପରେ କଙ୍ଗନାଙ୍କର ଯେଉଁ କ୍ଷତି ହୋଇଛି ତାହାକୁ ନେଇ ଜଣେ ମୂଲ୍ୟଧାରକ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯିଏ କି ଭଙ୍ଗାଯାଇଥିବା ବଙ୍ଗଳାର ମୂଲ୍ୟ ନିର୍ଦ୍ଦାରଣ କରିବ ।

କହିରଖୁ କି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଏହା ଏତେ ସଂଗୀନ ସ୍ଥରକୁ ଯାଇଥିଲା ଯେ ବ୍ୟକ୍ତିଗତ ଟିପ୍ପଣୀ ଯାଏ କଥା ଆସିଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଶିବସେନା ମୁଖ୍ୟ ସଂଜୟ ରାୱତ ଓ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବୟାନ ଭିତରେ ହଜି ଯାଇଥିଲା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ । ଏ ନେଇ ବିଏମସି କଙ୍ଗନାଙ୍କ ଏକ କୋଠାକୁ ବେଆଇନ ନିର୍ମାଣ ଦର୍ଶାଇ ତା’ର କିଛି ଅଂଶ ଭାଙ୍ଗି ଦେଇଥିଲା ।