ବଲିଉଡରେ କଙ୍ଗନା ବନାମ ଉର୍ମିଳା । କଙ୍ଗନା କହିଲେ, ଉର୍ମିଲା ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର : ଅଭିନୟ ପାଇଁ ନୁହେଁ, ସଫ୍ଟ ପର୍ଣ୍ଣ ପାଇଁ ଜଣାଶୁଣା 

233

କନକ ବ୍ୟୁରୋ : ଗଲା କିଛିମାସ ହେଲା ବଲିଉଡ ସହିତ ପଙ୍ଗା ନେଇସାରିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତ ସିଂ ରାଜପୁତ ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରଗ୍ସ ମାଫିଆଙ୍କୁ ଟାର୍ଗେଟ କରୁଛନ୍ତି । ଏହାପରେ ସେ ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଜୟା ବଚ୍ଚନଙ୍କ ପରେ ଉର୍ମିଲା ମାତୋଣ୍ଡକରଙ୍କୁ ବି କଡା କଥା ଶୁଣାଇ ଦେଇଛନ୍ତି । ଏପରିକି ଏକ ଟିଭି ଇଂଟରଭ୍ୟୁରେ ଉର୍ମିଲାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର କହି ସବୁ ସୀମା ଟପିଯାଇଛନ୍ତି କଙ୍ଗନା ରଣାୱତ । ଏକ ଟେଲିଭିଜନ ଚ୍ୟାନଲେକୁ ସାକ୍ଷାତକାର ଦେଇ ଉର୍ମିଲାଙ୍କ ସଂପର୍କରେ କଙ୍ଗନା କହିଛନ୍ତି

 ‘ଉର୍ମିଲା ବି ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର । ମୁଁ ଜାଣିଛି ଏହି ଅତି କଡା କଥା । କିନ୍ତୁ ଉର୍ମିଲାଙ୍କୁ ତାଙ୍କ ଅଭିନୟ ପାଇଁ ଜଣାଯାଏ ନାହିଁ । ତାହାହେଲେ କ’ଣ ପାଇଁ ସେ ଅଧିକ ପରିଚିତ? ସଫ୍ଟ ପର୍ଣ୍ଣ କରୁଥିବାରୁ ତାଙ୍କୁ ଅଧିକ ପରିଚୟ ମିଳିଛି । ଯଦି ତାଙ୍କୁ ଟିକେଟ ମିଳିପାରିଲା, ତାହାହେଲେ ମୋତେ କାହିଁକି ମିଳି ପାରିବନି?’

ଉର୍ମିଲା… ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ ବଲିଉଡକୁ ଡ୍ରଗ୍ସ ବାଲା ଗଟର ଅର୍ଥାତ ନର୍ଦ୍ଦମା ବୋଲି କଙ୍ଗନା କହିଥିଲେ । ଏହାପରେ ଯେମିତି ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାକୁ ପ୍ରସଙ୍ଗ କରି ଦୁଇଫାଳ ହୋଇଯାଇଛି ବଲିଉଡ । ଆଉ ପ୍ରାୟ ୪୦ ବର୍ଷ ହେଲା ବଲିଉଡରେ ସକ୍ରିୟ ଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ ଅଯଥାରେ ବଲିଉଡକୁ ବଦନାମ କରାଯାଉଥିବା କଥା କହିଥିଲେ । ଯାହାକୁ କାଉଂଟର କରି ଉର୍ମିଲାଙ୍କ ବିରୋଧରେ ଅତି ଶସ୍ତା ଟିପ୍ପଣୀ କରିଛନ୍ତି କଙ୍ଗନା । ମନ୍ତବ୍ୟ ସହ ମେଳ ଖାଉଥିବା ଏକ ଟ୍ୱିଟ ମଧ୍ୟ କରିଛନ୍ତି ।

କଙ୍ଗନା/ଉର୍ମିଲା… ଉର୍ମିଲାଙ୍କ ବିରୋଧରେ କଙ୍ଗନାଙ୍କ ଏଭଳି ଆପତିଜନକ ମନ୍ତବ୍ୟ ପରେ ଉର୍ମିଲା ମାତୋଣ୍ଡକରଙ୍କ ସମର୍ଥନରେ ବାହାରି ଆସିଛନ୍ତି ଏକାଧିକ କଳାକାର । ଟ୍ୱିଟ କରି ସ୍ୱରା ଭାଷ୍କର ଲେଖିଛନ୍ତି-

‘ପ୍ରିୟ ଉର୍ମିଲା ଜୀ, ଫିଲ୍ମ ମାସୁମ, ଚମତ୍କାର, ରଙ୍ଗିଲା, ଜୁଦାଇ, ଦୌଡ, ସତ୍ୟା, ଭୂତ, କୌନ, ଜଙ୍ଗଲ, ପ୍ୟାର ତୁନେ କ୍ୟା କିୟା, ତେହଜୀବ, ପିଞ୍ଜର, ଏକ ହସିନା ଥୀ ଭଳି ଫିଲ୍ମରେ ଆପଣଙ୍କ ସୁନ୍ଦର ଅଭିନୟକୁ ମନେ ପକାଉଛି । ଆପଣଙ୍କ ଅଭିନୟ ଓ ନୃତ୍ୟ ପ୍ରତିଭା ସମସ୍ତଙ୍କୁ ଆକୃଷ୍ଟ କରିପାରୁଥିଲା । ଲଭ ୟୁ ।’

 ‘ମନ ହେଲା ସବୁଠାରୁ ସୁନ୍ଦର, ଏଲିଗେଂଟ, ଅକ୍ସପ୍ରେସିଭ ଆକ୍ଟ୍ରେସଙ୍କୁ ସ୍ନେହ ଓ ପ୍ରେମ ପଠାଇବାକୁ ।’

ଫରା ଖାନ ଅଲ୍ଲୀ, ଅଭିନେତ୍ରୀ

‘କ୍ଲାସ ଏବେ ବି ରାଗରେ ପ୍ରତିକ୍ରିୟା ରଖେ ନାହିଁ । ଏହା ସାଇନ କରେ । ଉର୍ମିଲା, ଜୟା, ସ୍ୱରା, ତାପସୀ, ସୋନୁ, ହେମା ଆପଣ ସମସ୍ତେ ସାଇନ କରନ୍ତୁ ।’

ଦେବୋଲିନା ଭଟ୍ଟାଚାର୍ଯ୍ୟ, ଟିଭି ଅଭିନେତ୍ରୀ

‘ଉର୍ମିଲାଙ୍କ ବିରୋଧରେ କଙ୍ଗନା ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦିନୀୟ । ଅହଂକାର ଆପଣଙ୍କୁ କେଉଁ ମୁହୂର୍ତରେ ବୁଡାଇ ଦେଇପାରେ ।’

କଙ୍ଗନା/ଉର୍ମିଲା… ସୁଶାନ୍ତ ମୃତ୍ୟୁ ମାମଲାର ଛାନଭିନରୁ ବଲିଉଡର ଡ୍ରଗ୍ସ କନେକ୍ସନ ପଦାକୁ ଆସିବା ପରେ ଡ୍ରଗ୍ସ ମାଫିଆଙ୍କ ଚେହେରା ଉପରୁ ପରଦା ହଟାଇବାକୁ ଦାବି କରୁଛନ୍ତି କଙ୍ଗନା । ହେଲେ କଙ୍ଗନା ଭିକ୍ଟିମ କାର୍ଡ ନଖେଳି ଜାଣିଥିବା ନାଁ ନିଜେ ପଦାକୁ ଆଣନ୍ତୁ ବୋଲି କହିଛନ୍ତି ଉର୍ମିଲା । ସେପରି ନକରି ଇଣ୍ଡଷ୍ଟ୍ରିର ସମସ୍ତଙ୍କ ଉପରେ କଙ୍ଗନାର ଏତେ ରାଗ କାହିଁକି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।