କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍ । ଟ୍ୱିଟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ ସ୍ଥାୟୀଭାବେ ସସପେଣ୍ଡ୍ କଲା ଟ୍ୱିଟର

353

କନକ ବ୍ୟୁରୋ: କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସସପେଣ୍ଡ୍ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଛି । ଅଭିନେତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟୁଇଟ କରିବା ସହ ରବିବାର ପଶ୍ଚିମବଙ୍ଗରେ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଘଟିଥିବା ହିଂସା ପାଇଁ ଅଭିନେତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ ।

ଟ୍ୱିଟରରେ,  ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଶାସନ ଦାବି କରିଥିଲେ । ପଶ୍ଚିମବଙ୍ଗରେ ହିଂସା ହୋଇଥିବା ନେଇ ଖବର ଆସିବା ପରେ କଙ୍ଗନା କହିଥିଲେ ଯେ ଆସାମ ଏବଂ ପୁଡୁଚେରୀରୁ ହିଂସା  ହୋଇଥିବାର କୌଣସି ଖବର ମିଳିନାହିଁ, ଯେଉଁଠାରେ ବିଜେପି ଜିତିଛି । କିନ୍ତୁ ପଶ୍ଚିମବଙ୍ଗରେ ଟିଏମସି ଜିତିବା ପରେ ଶହ ଶହ ହତ୍ୟା ହୋଇଛି । ଅଭିନେତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ମଧ୍ୟ ଟୁଇଟ କରିବା ପରେ ଏବେ ଟୁଇଟର ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ୍ କରାଯାଇଛି