କୃଷି ଆଇନ ପ୍ରତ୍ୟାହାର ପରେ ବଦଳୁଛି କଙ୍ଗନାଙ୍କ ସ୍ୱର, ଏହି କଂଗ୍ରେସ ନେତାଙ୍କୁ କଲେ ପ୍ରଶଂସା

Advertisment
କୃଷି ଆଇନ ପ୍ରତ୍ୟାହାର ପରେ ବଦଳୁଛି କଙ୍ଗନାଙ୍କ ସ୍ୱର, ଏହି କଂଗ୍ରେସ ନେତାଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ତଥା ବିବାଦର ରାଣୀ କୁହାଯାଉଥିବା କଙ୍ଗନା ରାଣାୱତ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ତାଙ୍କ ବୟାନ ସବୁବେଳେ ବିଜେପି ସପକ୍ଷରେ ବୋଲି ମନେ କରାଯାଏ । ହେଲେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ କଙ୍ଗନାଙ୍କ ସ୍ୱର ବଦଳିବାରେ ଲାଗିଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପରେ କଙ୍ଗନା ଏହାକୁ ଲଜ୍ଜାଜନକ କହିବା ସହ ଦେଶରେ ଜିହାଦୀମାନଙ୍କ ଆଗରେ ସରକାର ମୁଣ୍ଡ ନୁଆଁଇଲେ ବୋଲି କହିଥିଲେ । ଏହାପରେ ସେ ଆଜି ଜଣେ ସ୍ୱର୍ଗତଃ କଂଗ୍ରେସ ନେତାଙ୍କ ସମର୍ଥନରେ ଲେଖିବା ପରେ କଙ୍ଗନାଙ୍କ ଗତି କୁଆଡେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଙ୍ଗନା ରାଣାୱତ ସୋସିଆଲ ମିଡିଆ ସାଇଟ ଫେସବୁକରେ ଏକ ପୋଷ୍ଟ କରି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି । ଏହି ପୋଷ୍ଟରେ କଙ୍ଗନା ଲେଖିଛନ୍ତି କି, ଖଲିସ୍ତାନୀ ଆତଙ୍କବାଦୀ ଆଜି ସିନା ସରକାରଙ୍କ ମତ ବଦଳାଇଦେଲେ ହେଲେ ଜଣେ ମହିଳାଙ୍କୁ ଖଲିସ୍ତାନୀମାନେ ଭୁଲନ୍ତୁ ନାହିଁ । ଜଣେ ମାତ୍ର ମହିଳା ପ୍ରଧାନମନ୍ତ୍ରୀ ଖଲିସ୍ତାନୀଙ୍କୁ ପାଦତଳେ ଦଳି ଦେଇଥିଲେ ବୋଲି ସେ ତାଙ୍କ ପୋଷ୍ଟରେ ସେୟାର କରିଛନ୍ତି ।

ଏହି ପୋଷ୍ଟରେ କଙ୍ଗନାଙ୍କ ଆକ୍ଷେପ ଆଗଠାରୁ କମ ଦେଖିବାକୁ ମିଳିଛି । ପୋଷ୍ଟରେ ସେ ଇନ୍ଦିରା ଗାନ୍ଧୀଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ଖଲିସ୍ତାନୀ ଆତଙ୍କବାଦୀ ଆଜି ସରକାରଙ୍କ ମତ ବଦଳାଇବାକୁ ବାଧ୍ୟ କରିଦେଲେ ହେଲେ ସେହି ମହିଳାଙ୍କୁ ଭୁଲିବା କଥା ନୁହେଁ ଯିଏ କି, ଖଲିସ୍ତାନୀଙ୍କୁ କିଭଳି ଜବତ କରାଯାଏ ତାହା ଦେଖାଇ ଦେଇଥିଲେ । ଇନ୍ଦିରା ଗାନ୍ଧୀ ନିଜ ଜୀବନକୁ ବାଜି ଲଗାଇ ଖଲିସ୍ତାନୀମାନଙ୍କୁ ଯେଭଳି ମଶା ପରି ଦଳି ଦେଇଥିଲେ ହେଲେ ଦେଶକୁ ଖଣ୍ଡ ଖଣ୍ଡ ହେବାକୁ ଦେଇ ନଥିଲେ ।

କହିରଖୁ କି ଗତକାଲି କୃଷି ଆଇନ ପ୍ରତ୍ୟାହାର ନେଇ ଖବର ଆସିବା ପରେ କଙ୍ଗନା କ୍ଷୁବ୍ଧ ହୋଇପଡିଥିଲେ । ସେ କହିଥିଲେ କି ଯଦି ସଂସଦରେ ନିର୍ବାଚିତ ସରକାର ବଦଳରେ ସଡକରେ ଲୋକମାନେ ଆଇନ ପ୍ରଣୟନ କରିବା ଆରମ୍ଭ କରିଦେବେ ତେବେ ଏହା ଏକ ଜିହାଦୀ ରାଷ୍ଟ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe