ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ଼ କୁଇନଙ୍କ କଡ଼ା ଚେତାବନୀ : କଙ୍ଗନା କହିଲେ,ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇଦେବେ ପଦ୍ମଶ୍ରୀ

ସେପଟେ ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଓକିଲ ସୀମା ସମୃଦ୍ଧି, ଆଦିତ୍ୟ ଚୋପ୍ରାଙ୍କୁ ଜେରା

1,500

କନକ ବୁରୋ : ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପ୍ରସଙ୍ଗରେ ବଲିଉଡ କୁଇନଙ୍କ ବଡ ବୟାନ । କଙ୍ଗଣା କହିଲେ ବଲିଉଡରେ ପରିବାର ବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ବିଫଳ ହେଲେ ଫେରାଇ ଦେବି ପଦ୍ମଶ୍ରୀ ସମ୍ମାନ । ବଲିଉଡ କୁଇନଙ୍କ ଏପରି ଚେତାବନୀ ପୁଣି ସୃଷ୍ଟି କରିଛି ନୂଆ ଚର୍ଚା । ସୁଶାନ୍ତ ସିଂ ରାଜପୂତଙ୍କ ଘରୁ ଝୁଲନ୍ତା ମୃତଦେହ ମିଳିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ମତ ରଖିଥିଲେ କଙ୍ଗନା । ନେପୋଟିଜିମ୍ ବା ପରିବାର ବାଦକୁ ଏଥିପାଇଁ ସେ ସିଧାସଳଖ ଦାୟୀ କରିଥିଲେ । ତେବେ ମୁମ୍ୱାଇ ପୋଲିସ ଏହି ଘଟଣାରେ କଙ୍ଗନା ରଣାୱତଙ୍କ ବୟାନ୍ ରେକର୍ଡ କରିବାକୁ ନୋଟିସ୍ କରିଥିବା ସୂଚନା ମିଳିଛି ।

କେବଳ କଙ୍ଗନା ନୁହଁନ୍ତି ବଲିଉଡ କଳାକାର ଶେଖର କପୁର, ରଣବୀର ସୁରୀ, ମନୋଜ ବାଜପାୟୀ ମଧ୍ୟ ନେପୋଟିଜମ୍ ନେଇ ମୁହଁ ଖୋଲିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ନିର୍ଭୟା ମାମଲାର ଓକିଲ ସୀମା ସମୃଦ୍ଧି । ଏନେଇ ସିବିଆଇ ତଦନ୍ତ ପାଇଁ ସୀମା ସମୃଦ୍ଧି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଗତକାଲି ମହାରା୍ଷ୍ଟ୍ର ଗୃହମନ୍ତ୍ରୀ ଏହି ପ୍ରସଙ୍ଗରେ ବୟାନ ଦେଇଥିଲେ ଯେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ । ମୁମ୍ବାଇ ପୁଲିସ ଏହାର ତଦନ୍ତ କରୁଛି ।