ମା’ ସୀତାଙ୍କ ଭୂମିକାରେ ଦେଖାଦେବେ କଙ୍ଗନା,କରୀନାଙ୍କୁ କଲେ ରିପ୍ଲେସ୍

406

କନକ ନ୍ୟୁଜ୍: ଅନେକ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ନିଷ୍ପତ୍ତି ହୋଇଛି । ଆଗାମୀ ଫିଲ୍ମରେ ମା’ ସୀତାଙ୍କ ଭୂମିକାରେ ଦେଖାଦେବେ ଡେୟାରିଙ୍ଗ ଆକ୍ଟ୍ରେସ୍ କଙ୍ଗଣା ରଣାୱତ୍ । ଏହି ମହନୀୟ ଚରିତ୍ର ପାଇଁ କରୀନାଙ୍କୁ ପ୍ରଥମେ ନିଆଯାଇଥିଲା । ହେଲେ ଫିଲ୍ମର କ୍ର୍ୟୁ ମେମ୍ବର ଏହା ଉପରେ ସହମତି ପ୍ରକାଶ କରିନଥିଲେ । ପରେ ଏନେଇ ଆଲୋଚନା ପରେ କଙ୍ଗଣା ରଣାୱତ ହିଁ ଏହି ଚରିତ୍ର କରିବେ ବୋଲି ନିଷ୍ପତ୍ତି ହୋଇଥିବା ନିର୍ଦ୍ଦେଶକ ଅଲୌକିକ୍ ଦେଶାଇ କହିଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ୧୨ କୋଟି ଟଙ୍କା ଦାବି କରିଥିଲେ କରୀନା । ହେଲେ ଏପରି ଚରିତ୍ରରେ କରୀନାଙ୍କୁ ପସନ୍ଦ କରିନଥିଲେ ଅର୍ଦ୍ଧେକ କ୍ର୍ୟୁ ମେମ୍ବର ।‘ଦି ଇନକାରନେସନ୍ ସୀତା’ ଫିଲ୍ମକୁ ଲେଖିଛନ୍ତି ବାହୁବଳିର ଲେଖକ କେ.ବି ବିଜୟେନ୍ଦ୍ର ପ୍ରସାଦ । ଏହାର ପ୍ରଯୋଜକ ସାଲିନି ଶର୍ମା । ଏହାର ସଂଳାପ ଓ ଗୀତ ରଚନା ଦାୟିତ୍ୱ ନେଇଛନ୍ତି ସଙ୍ଗୀତକାର ମନୋଜ ମୁନ୍ତିକ୍ । ଏହି ଫିଲ୍ମ ହିନ୍ଦି ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲାମ୍, ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବ । ଏହି ଫିଲ୍ମର ସଫଳତା ନେଇ ବେଶ୍ ଆଶାବାଦୀ ଅଛନ୍ତି ପ୍ରଯୋଜକ । ଏହାସହ ଆଗକୁ ରିଲିଜ୍ ହେବାକୁ ଥିବା ‘ଧାକଡ’ ଓ ‘ତେଜସ୍’କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।