କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସେହି ସେଲୁଲାର ଜେଲରେ ପହଂଚିଛନ୍ତି ଯେଉଁଠି ବୀର ସାବରକର କଳାପାଣି ସଜା କାଟିଥିଲେ । କଙ୍ଗନା ତାଙ୍କର ଏହି ଭ୍ରମଣର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ବେସ୍ ଭାଇରାଲ ହେବାରେ ଲାଗିଛି ।

Advertisment

publive-image

କଙ୍ଗନାଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରିଥିବା ପ୍ରଥମ ଫଟୋରେ ଦେଖିବାକୁ ମିଳିଛି ଯେ ସେ ସାବରକରଙ୍କ ଫଟୋ ଆଗରେ ମୁଣ୍ଡ ନୁଆଁଇ ବସିଛନ୍ତି । ଏହି ସମୟରେ ସେ ବେସ୍ ଶାନ୍ତ ଓ ଭାବୁକ ଥିବାଭଳି ମନେ ହେଉଛି ।

publive-image

କହିରଖୁ କି କଙ୍ଗନା ଧଳା ପୋଷାକରେ ଅତି ସାଧାରଣ ଭାବେ ପ୍ରଥମେ କଳାପାଣିର ସେହି କୋଠରୀ ନିକଟରେ ପହଂଚିଥିଲେ । ଏନେଇ କଙ୍ଗନା ଲେଖିଛନ୍ତି କି “ଆଜି ମୁଁ ଆଣ୍ଡାମାନ ନିକୋବାରର ସେଲୁଲାର ଜେଲରେ ଥିବା ବୀର ସାବରକରଙ୍କ ନିକଟକୁ ଆସିଛି, ଏଠିକାର ସ୍ଥିତି ଦେଖି ମୋ ଭିତରେ କମ୍ପନ ସୃଷ୍ଟି ହୋଇଛି, ଯେତେବେଳେ ଅମାନବିକତା ଶୀର୍ଷ ସ୍ଥାନରେ ଥିଲା ସେତେବେଳେ ମାନବତା ବି ସାବରକରଙ୍କ ମନରେ ଚରମ ସୀମାରେ ପହଂଚି ସାରିଥିଲା, ସେ ସମସ୍ତ କ୍ରୁରତାକୁ ପ୍ରତିରୋଧ କରି ଦୃଢ ସଂକଳ୍ପର ସହ ତାକୁ ସାମ୍ନା କରିଥିଲେ”

publive-image

କେବଳ ସେତିକି ନୁହେଁ କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି କି “ଇଂଗ୍ରେଜମାନେ ସେତେବେଳେ ସାବରକରଙ୍କୁ ଏତେ ଡରିଯାଇଥିଲେ କି ଯାହା ଫଳରେ ତାଙ୍କୁ କଳାପାଣିରେ ଆଣି ରଖିଥିଲେ, ସମୁଦ୍ର ମଧ୍ୟରେ ଥିବା ଏହି ଛୋଟ ଦ୍ୱୀପରେ ମଣିଷ ବଞ୍ଚିରହିବା ଅସମ୍ଭବ, ଏହାପରେ ବି ଇଂଗ୍ରେଜମାନେ ସବରକରଙ୍କୁ ଜଞ୍ଜିରରେ ବାନ୍ଧି ରଖିଥିଲେ, ଏକ ମଜବୁତ ଦ୍ୱାର ପ୍ରସ୍ତୁତ କରି ସେଠାରେ ଏକ ଛୋଟ କଳା କୋଠରୀରେ ତାଙ୍କୁ ବନ୍ଦି କରିଥିଲେ”

publive-image

ସେ ଇଂଗ୍ରେଜ ମାନଙ୍କୁ ଭତ୍ସନା କରି ଲେଖିଛନ୍ତି କି “ସବରକରଙ୍କୁ ଇଂଗ୍ରେଜମାନେ ଏତେ ଡରି ଯାଇଥିଲେ କି ତାଙ୍କୁ ଅନନ୍ତ ସମୁଦ୍ରରେ ରଖିଲେ ବି ଭୟ କରୁଥିଲେ କାଳେ ସାବରକରଙ୍କ ଆଦର୍ଶ ପବନରେ ଉଡିଯାଇ ଭାରତରେ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ” । ଏହି କୋଠରୀ ସ୍ୱାଧୀନତା ଆନ୍ଦୋଳନର ସତକୁ ଆଜି ବି ପ୍ରମାଣିତ କରୁଛି । ମୁଁ କୋଠରୀରେ ଧ୍ୟାନରେ ବସି ସାବରକରଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରଦାନ କଲି, ଏହାସହ ସେ ସ୍ୱାଧୀନତା ସଂଗ୍ରାମର ଏହି ମହାନ ନାୟକଙ୍କୁ କୋଟି କୋଟି ପ୍ରଣାମ ଦେବା କଥା ବି ଲେଖିଛନ୍ତି ।

publive-image

କହିରଖୁ କି ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ବି କଳାପାଣି ଗସ୍ତ କରି ସାବରକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।