କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ କାରବାର ମାମଲାକୁ ନେଇ ସଂସଦରେ ଜୟା ବଚ୍ଚନ ଦେଇଥିବା ବୟାନ ଉପରେ ଟୁଇଟ କରି ବର୍ଷିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଟ୍ୱିଟ କରି କଙ୍ଗନା କହିଛନ୍ତି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତା ରହିଥାନ୍ତେ ଓ ସୁଶାନ୍ତଙ୍କ ସ୍ଥାନରେ ଅଭିଷେକ ବଚ୍ଚନ ରହିଥାନ୍ତେ, ତେବେ କଣ ଆପଣଙ୍କ ଏଭଳି ବୟାନ ରହିଥାନ୍ତା କି?

Advertisment

କଙ୍ଗନା ଆହୁରି କହିଛନ୍ତି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତାଙ୍କୁ ମାଡ ମରାଯାଇଥାନ୍ତା, ଦୁର୍ବ୍ୟବହାର କରାଯାଇଥାନ୍ତା ଓ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଥାନ୍ତା କିମ୍ବା ଆପଣଙ୍କ ପୁଅ ଅଭିଷେକଙ୍କ ଉପରେ ଦାଦାଗିରି କରାଯାଇଥାନ୍ତା ବା ମାନସିକ ଉତ୍ପୀଡନ କରାଯାଇଥାନ୍ତା ଏବଂ ଦିନେ ଆପଣ ତାଙ୍କୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିଥାନ୍ତେ, ସେତେବେଳେ କ’ଣ ଆପଣଙ୍କ ବୟାନ ଏଭଳି ରହିଥାନ୍ତା?

ଆଜି ରାଜ୍ୟସଭାରେ ବିଲଉଡରେ ଡ୍ରଗ୍ସ କାରବାର ମାମଲା ନେଇ ମୁହଁ ଖୋଲିଛନ୍ତ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇ ସେେ କହିଛନ୍ତି, ବଲିଉଡକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । କାହାର ନାଁ ନ ନେଇ ଜୟା ବିଜେପି ସାଂସଦ ରବି କିଷନଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ସେ କହିଥିଲେ, କିଛି ଲୋକ ବଲିଉଡରୁ ଆସିଥିଲେ ବି ବଲିଉଡ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଏହା ନିନ୍ଦନୀୟ ।

ଗତକାଲି ଭୋଜପୁରୀ ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଷନ ପାର୍ଲାମେଂଟରେ ଡଗ୍ସ ମାମଲା କଥା ଉଠାଇଥିଲେ । ସେ କହିଥିଲେ, ବଲିଉଡରେ ଏହାର ବହୁଳ ବ୍ୟବହାର ହେଉଛି । କେନ୍ଦ୍ର ସରକାର ଏହାର ତଦନ୍ତ କରନ୍ତୁ । ଜୟା କହିଥିଲେ, ଦେଶର ଆର୍ଥିକ ସ୍ଥିତି ଠିକ ନୁହେଁ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବଲିଉଡକୁ ବଦନାମ କରିବାକୁ ଉଦ୍ୟମ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ବଦନାମ କରାଯାଉଛି । ଏହି ପ୍ରସଙ୍ଗରେ ବଲିଉଡକୁ କେନ୍ଦ୍ର ସରକାରଙ୍କ ସମର୍ଥନ ବି ମିଳୁନାହିଁ । ଯେଉଁ ଲୋକ ବଲିଉଡ ସହାୟତାରେ ନାମ କମାଇଲେ ସେମାନେ ହିଁ ଏହାକୁ ବଦନାମ କରୁଛନ୍ତି ।

ସେପଟେ ଜୟାବଚ୍ଚନଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ରବିକିଷନ । ସେ କହିଛନ୍ତି ସେ ଇଣ୍ଡଷ୍ଟ୍ରିକୁ ବଦନାମ ନୁହେଁ ବରଂ ବଂଚାଇବାକୁ ଲଢେଇ କରୁଛନ୍ତି । ଏଥିପାଇଁ ଆବଶ୍ୟକ ପଡିଲେ ସେ ନିଜ ଜୀବନ ଦେବାକୁ ମଧ୍ୟ ପଛାଇବେ ନାହିଁ ବୋଲି କହିଛନ୍ତି ।