ପୁଲୱାମା ଆକ୍ରମଣର ୭ ଦିନ ପରେ ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା । କହିଲେ, ଯେଉଁମାନେ ଅହିଂସା ଓ ଶାନ୍ତି କଥା କହୁଛନ୍ତି ତାଙ୍କୁ ଗଧ ପିଠିରେ ବସାଇ ଚାପୁଡା ମାରିବା ଦରକାର ।

Advertisment
ପୁଲୱାମା ଆକ୍ରମଣର ୭ ଦିନ ପରେ ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା । କହିଲେ, ଯେଉଁମାନେ ଅହିଂସା ଓ ଶାନ୍ତି କଥା କହୁଛନ୍ତି ତାଙ୍କୁ ଗଧ ପିଠିରେ ବସାଇ ଚାପୁଡା ମାରିବା ଦରକାର ।

www.bizasialive.com

ପୁଲଓ୍ଵାମା ଆକ୍ରମଣ ପରେ ଯଦି କେହି ଅହିଂସା ଏବଂ ଶାନ୍ତିର ଭାଷଣ ଦିଏ, ତା’ ମୁହଁରେ କଳା ବୋଳି ଗଧ ପିଠିରେ ବସାଇ ଚାପୁଡ଼ା ମାରିବା ଦରକାର ବୋଲି କିଛି ଏଭଳି ମତ ପ୍ରକାସ କରିଛନ୍ତି ବଲିଉଡ ଇଭିନେତ୍ରୀ କଙ୍ଗନା ରାନାୱତ ।

ସେ କହିଛନ୍ତି, ‘ପାକିସ୍ତାନ ଆମ ଦେଶକୁ କ୍ଷତି ପହଞ୍ଚାଇବା ସହ ଆମର ଆତ୍ମସମ୍ମାନକୁ ମାଟିରେ ମିଶାଇଛି । ସେ ଏଭଳି ଆକ୍ରମଣ କରି ଆମକୁ ଖୋଲାଖୋଲି ଭାବରେ ଧମକ ଦେଇଛି । ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଉଚିତ୍ ଦଣ୍ଡ ଦେବାକୁ ହେବ । ନ ହେଲେ ସେମାନେ ଆମେ ଚୁପ୍ ରହିବାକୁ ଆମର ଦୁର୍ବଳତା ବୋଲି ଭାବି ନେବେ । ଆମର ବାହାଦୁର୍ ଯବାନଙ୍କୁ ହତ୍ୟା କରିବା ଆମ ମାନଙ୍କ ପେଟରେ ଛୁରା ମାଡ଼ କରିବା ଭଳି । ଏତେ ସବୁ ହେବା ପରେ ଯଦି କିଏ ଅହିଂସା ଏବଂ ଶାନ୍ତି ବିଷୟରେ ଭାଷଣ ଦେବ, ତା’ ମୁହଁରେ କଳା ବୋଳି ତାଙ୍କୁ ଗଧ ପିଠିରେ ବସାଇ ଦେବା ଦରକାର । ଚାପୁଡ଼ା ପରେ ଚାପୁଡ଼ା ମାରି ତାକୁ ବୁଲାଇବା ଦରକାର।’

publive-imageପାକିସ୍ତାନକୁ ନେଇ କଙ୍ଗନାଙ୍କ ଏଭଳି ବୟାନକୁ ସହି ପାରି ନଥିଲେ ପାକିସ୍ତାନୀ ଅଭିନେତ୍ରୀ ରାବିୟା ବଟ୍ଟ । କଙ୍ଗନା ଏବେ ନିଜ ଚେହେରା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ମଣିକର୍ଣ୍ଣିକାକୁ ନେଇ ଯେମିତି କିଛି ବିବାଦୀୟ ଚର୍ଚ୍ଚା ନ ହେଉ, ସେ ନେଇ ସେ ଦେଶର ସ୍ୱର ବନି ଯାଇଛନ୍ତି । ଯଦି କେହି ନିଜ ପେସାଦାର ଜୀବନରେ କୌଣସି ସମସ୍ୟା ଦେଇ ଗତି କରୁଛି । ତାକୁ କଙ୍ଗନାଙ୍କ ଭଳି ରାଷ୍ଟ୍ରବାଦ ଉପରେ ଭାଷଣ ମାରିବା ଆରମ୍ଭ କରିଦେବା ଦରକାର ବୋଲି ରାବିୟା ବଟ୍ଟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe