ବଲିଉଡ୍ କ୍ୱିନ୍ ବୋଲାଉଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍ ନିଜ ଅପକମିଙ୍ଗ୍ ସିନେମା ‘ଏମରଜେନ୍ସି’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ସିନେମାରେ କଙ୍ଗନା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ଟିଜର ୧୪ ଜୁଲାଇରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ କଙ୍ଗନାଙ୍କ ଭୂମିକାକୁ ବହୁତ ପସନ୍ଦ କରିଛନ୍ତି । କଙ୍ଗନା ବିଭିନ୍ନ ସମୟରେ ନିଜ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲରେ ଫିଲ୍ମର ବିଭିନ୍ନ କଳାକାର ଏବଂ ନିଜ ଲୁକ୍ସକୁ ପୋଷ୍ଟ କରିଥାନ୍ତି । ଏବେ ସେ ପିଲାଦିନର ୨ ଟି ଫଟୋ ସେୟାର୍ କରି କହିଛନ୍ତି ଯେ ପିଲାବେଳୁ ହିଁ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଆନ୍ତି ।
ଏହି ଫଟୋରେ କଙ୍ଗନା ସ୍କୁଲଡ୍ରେସ ଏବଂ ଛୋଟ ଚୁଟିରେ ଅବିକଳ ଇନ୍ଦିରାଙ୍କ ପରି ହିଁ ଦେଖାଯାଉଛନ୍ତି । ଏହି ପୋଷ୍ଟର କ୍ୟାପ୍ସନରେ ସେ ଲେଖନ୍ତି , ମୁଁ ପିଲାବେଳୁ ହିଁ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଏ ଏବଂ ମୋ ସଂପର୍କୀୟ ମଧ୍ୟ ମୋତେ ଇନ୍ଦିରା ବୋଲି ଡ଼ାକୁଥିଲେ । ତେବେ ଆପଣଙ୍କୁ କହିରଖୁଛୁ ବଲିଉଡ଼ର କ୍ୱିନ୍ ଏବେ ନିଜ ସିନେମାକୁ ନେଇ ବ୍ୟସ୍ତ ରହୁଛନ୍ତି । ଏହି ସିନେମାଟି ୧୯୭୫ ମସିିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ନେଇ ଆଧାରିତ । ଫିଲ୍ମରେ କଙ୍ଗନାଙ୍କ ବ୍ୟତିତ ଅଭିନେତା ଅନୁପମ ଖେର୍ ,ମହିମା ଚୌଧୁରୀ ,ଶ୍ରେୟସ୍ ତଲପଡ଼େ ଏବଂ ମିଲିନ୍ଦ୍ ସୋମନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଅଭିନୟ ସହିତ ସିନେମାରେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ କଙ୍ଗନା ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2022/09/1a0eee4aaf637df4c83d93268ae674df1663519921604529_original.jpg)
/kanak/media/post_attachments/wp-content/uploads/2022/09/kang-300x169.webp)
/kanak/media/post_attachments/wp-content/uploads/2022/09/92890108-300x225.webp)