ଫିଲ୍ମ ପାଇଁ ନିଜର ସବୁ ସମ୍ପତିକୁ ବନ୍ଧା ପକାଇଲେ ବଲିଉଡ କୁଇନ କଙ୍ଗନା ରାଣାୱତ, ଇନଷ୍ଟାଗ୍ରାମ ପୋଷ୍ଟ କରି କଲେ ଖୁଲ୍ଲାସା

5,183

କନକ ବ୍ୟୁରୋ : ଫିଲ୍ମ ନିର୍ମାଣ ପାଇଁ ବନ୍ଧା ପଡିଲା ସବୁ ସମ୍ପତି । ନିଜର ଅପକମିଂ ଫିଲ୍ମ ଏମରଜେନ୍ସି ପାଇଁ ନିଜର ସବୁ ସମ୍ପତିକୁ ବନ୍ଧା ପକାଇଛନ୍ତି କଙ୍ଗନା ରାଣାୱତ । ନିକଟରେ ଫିଲ୍ମ ଏମରଜେନ୍ସି ସୁଟିଂ ଶେଷ ହୋଇଛି । ପ୍ରଶଂସକଙ୍କ ସହ ଏହି ଖବର ବାଟିଂବା ଭିତରେ ସମ୍ପତି ବନ୍ଧା ପକାଇଥିବା ଖୁଲ୍ଲାସା କରିଛନ୍ତି କଙ୍ଗନା । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ଅଭିନେତ୍ରୀ । ଏହି ପୋଷ୍ଟରେ କଙ୍ଗନା ଲେଖିଛନ୍ତି କି ଫିଲ୍ମ ଏମରଜେନ୍ସି ପାଇଁ ସେ ଦିନରାତି ଏକ କରିଛନ୍ତି । କ୍ୟାରିୟର ଭିତରେ ସବୁଠୁ ଅଧିକ ପରିଶ୍ରମ କରିଛନ୍ତି । ଆବଶ୍ୟକ ପଡିବାରୁ ସମ୍ପତି ବନ୍ଧା ପକାଇ ସୁଟିଂ କାମ ପୂରା କରିଛନ୍ତି । ଏଥିସହ କଙ୍ଗନା କହିଛନ୍ତି କି ଫିଲ୍ମ ଏମରଜେନ୍ସି ସୁଟିଂ ତାଙ୍କ ପାଇଁ ବଡ ଚ୍ୟାଲେଂଜ ଥିଲା ।

କେବଳ ଆର୍ଥିକ ସଙ୍କଟ ଦେଇ ସେ ଗତି କରିନଥିଲେ ବଂର ଶାରୀରିକ ଏବଂ ମାନସିକ ସମସ୍ୟାରେ ମଧ୍ୟ ପଡିଥିଲେ । ସୁଟିଂ ସମୟରେ କଙ୍ଗନାଙ୍କୁ ଡେଙ୍ଗୁ ଜ୍ୱର ହେବାରୁ ବେଶ କଷ୍ଟ,ପରିଶ୍ରମ ଓ ସଂର୍ଘଷ ଭିତରେ ନିଜର ଡ୍ରିମ ପ୍ରୋଜେକ୍ଟ ଶେଷ କରିଥିବା କହିଛନ୍ତି କଙ୍ଗନା   । ଫିଲ୍ମ ଏମରଜେନ୍ସି ଏକ ବାୟୋପିକ ଫିଲ୍ମ ଅଟେ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଂଗତ ଇନ୍ଦିରା ଗାନ୍ଧୀଙ୍କ ଜୀବନ ଉପରେ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଏମରଜେନ୍ସି । ଏହି ଫିଲ୍ମରେ କଙ୍ଗନା ପ୍ରଯୋଜନା, ନିର୍ଦ୍ଦେଶନା ଭାର ତୁଲାଇବା ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଇନ୍ଦିରାଙ୍କ ପରି ଅବିକଳ ଦେଖାଯାଉଛନ୍ତି କଙ୍ଗନା । କଙ୍ଗନାଙ୍କ ଲୁକଠୁ ନେଇ ଦମଦାର ଅଭିନୟ ବେଶ ପ୍ରଶଂସା ସାଉଁଟିଛି ।