ଆଲିୟାଙ୍କ ବିବାହ ବିଜ୍ଞାପନ ଉପରେ କଙ୍ଗଣାଙ୍କ ପ୍ରତିକ୍ରିୟା । ଲୋକଙ୍କୁ ପଥଭ୍ରାନ୍ତ କରାଯାଉଥିବା ଅଭିଯୋଗ

70

କନକ ବ୍ୟୁରୋ: ଆଲିଆ ଭଟ୍ଟ ତାଙ୍କର ଏକ ଆଡ୍ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ । ଭିଡିଓରେ ଅଭିନେତ୍ରୀ ପୁରୁଣା ସମୟର ‘କନ୍ୟାଦାନ’ ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଏକ ନୂତନ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି । ଏହାକୁ ଅନେକ ପ୍ରଶଂସା କରିଥିବାବେଳେ ଅଭିନେତ୍ରୀ କଙ୍ଗନା ରାଣାୱତ କିନ୍ତୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ବିଜ୍ଞାପନ ଜରିଆରେ କିଛି ସମ୍ପ୍ରଦାୟ ଉପରେ କଟାକ୍ଷ କରାଯାଉଛି । ଲୋକଙ୍କୁ ପଥାଭ୍ରାନ୍ତ କରାଯାଉଛି ବୋଲି କହିଛନ୍ତି କଙ୍ଗଣା ।

ବିଜ୍ଞାପନରେ ନିଜର ଚିନ୍ତାଧାରା ସେୟାର କରି କଙ୍ଗନା ରାଣାୱତ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଆଲିଆ ଭଟ୍ଟ ଏବଂ ବ୍ରାଣ୍ଡକୁ ଟ୍ୟାଗ୍ କରିଥିଲେ। କଙ୍ଗନା ବିଶ୍ୱାସ କରନ୍ତି ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଏବଂ ଧର୍ମ , ସଂଖ୍ୟାଲଘୁ ରାଜନୀତିରୁ ଲାଭ ପାଇବାର ଏକ ପ୍ରୟାସ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ସମସ୍ତ ବ୍ରାଣ୍ଡକୁ ନମ୍ର ଅନୁରୋଧ । ଜିନିଷ ବିକ୍ରୟ କରିବା ପାଇଁ ଧର୍ମ, ସଂଖ୍ୟାଲଘୁ, ସଂଖ୍ୟା ଗରିଷ୍ଠ ରାଜନୀତି ବ୍ୟବହାର କରନ୍ତୁ ନାହିଁ । ଚତୁର ବିଭାଜନକାରୀ ଧାରଣା ଏବଂ ବିଜ୍ଞାପନ ମାଧ୍ୟମରେ ସାଧାରଣ ଗ୍ରହକଙ୍କୁ ଠକିବା ବନ୍ଦ କରନ୍ତୁ ।’

ଆଲିଆ ଭଟ୍ଟ ତାଙ୍କ ନୂତନ ବିଜ୍ଞାପନ ଭିଡିଓରେ କହିଛନ୍ତି ଯେ ବିବାହ ପରେ ‘କନ୍ୟାଦାନ’ ସମାରୋହ କାହିଁକି? ଝିଅମାନେ ଦାନ କରିବାର ସମଗ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଆଲିୟା । ଏହା ବ୍ୟତୀତ ଆଲିଆ ତାଙ୍କ ସ୍ୱାମୀଙ୍କ ସହ ମଣ୍ଡାପରେ ବସିଥିବା ଦର୍ଶକଙ୍କୁ ନିଜ ମନ କଥା କହିଛନ୍ତି । ସେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଚହିଛନ୍ତି ଯେ ସେମାନେ ସେମାନଙ୍କୁ କେତେ ଭଲ ପାଆନ୍ତି । ଘରର ସମସ୍ତେ ତାଙ୍କୁ ଏତେ ଭଲ ପାଇବା ଦେବା ପରେ ବି ସବଚୁବେଳେ ଅନ୍ୟର ସମ୍ପତ୍ତି ଓ ପରିବାରର ଏକ ଅସ୍ଥାୟୀ ସଦସ୍ୟ ବୋଲି କାହିଁକି ଭବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ କ’ଣ ଏକ ପଣ୍ୟ ବସ୍ତୁ ଯେ ତାଙ୍କୁ ଦାନ କରାଯିବ? ଏ କନ୍ୟାଦାନ କାହିଁକି?କନ୍ୟାମାନ କାହିଁକି ନୁହେଁ?