କନକ ବ୍ୟୁରୋ : ଫିଲ୍ମ ଗଙ୍ଗୁବାଇ ରିଲିଜ ପୂର୍ବରୁ ହିଁ ବିବାଦ ଘେରରେ ରହିଛି । ଫିଲ୍ମକୁ ନେଇ ଏବେ ବଲିଉଡ କୁଇନ କଙ୍ଗନା ରାଣାୱତ ସିଧାସଳଖ ଆଲିଆ ଓ ତାଙ୍କ ବାପା ତଥା ପ୍ରଯୋଜକ ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି । ଆଲିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଲେଖା ପୋଷ୍ଟ କରି ମହେଶଙ୍କୁ ବଲିଉଡ ମାଫିଆ କହିବା ସହ ଆଲିଆଙ୍କ ଗଙ୍ଗୁବାଇ ରୋଲରେ ଅଭିନୟକୁ ବି କଟାକ୍ଷ ଆଳରେ ଟାର୍ଗେଟ କରିଛନ୍ତି । ଗଙ୍ଗୁବାଇର ପ୍ରମୋସନ ପାଇଁ କଅଁଳ ଶିଶୁଙ୍କୁ ନେଇ ବିବାଦୀୟ ଭିଡିଓ ପ୍ରସ୍ତୁତ କରାଯାଉଥିବା ମଧ୍ୟ କଙ୍ଗନା ଅଭିଯୋଗ କରିଛନ୍ତି ।

Advertisment

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କୁନି ଝିଅର ଭିଡିଓ ବେଶ ଟ୍ରେଣ୍ଡ ହେଉଛି । ଯେଉଁଥିରେ ସେ ଗଙ୍ଗୁବାଇଙ୍କୁ ନକଲ କରୁଥିବା ଦେଖିବାକୁ ମିଳିଛି । କମ ବୟସର ଏକ ଛୋଟ ଝିଅ ଆଲିଆଙ୍କୁ ଆନୁସରଣ କରି ତାଙ୍କ ପରି ମୁହଁରେ ବିଡି ପୁରାଇ କଥାବାର୍ତ୍ତା କରୁଥିବାର ଦେଖୁବାକୁ ମିଳିଥିଲା । ଯାହାକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି । ଛୋଟ ଛୁଆଟିକୁ ଏଭଳି ଭିଡିଓ ସୁଟିଙ୍ଗ କରିବାକୁ ଅନୁମତି ଦେଇଥିବାରୁ ତାଙ୍କ ପିତା ମାତାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ଜଣକ । ଏଭଳି ଦେହଜୀବୀଙ୍କ ଚରିତ୍ରରେ କୁନିି ଝିଅଙ୍କ ଭିଡିଓ କଅଁଳ ଶିଶୁଙ୍କ ମାନସିକ ଉପରେ ନକରାତ୍ମକ ପ୍ରଭାବ ପକାଉଥିବା କଙ୍ଗନାଙ୍କ ସହ କିଛି ସୋସିଆଲ ମିଡିଆ ୟୁର୍ଜରସ କହିଛନ୍ତି ।

ଗଙ୍ଗୁବାଇର ପରିବାର ମଧ୍ୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଉପରେ ଆଭିଯୋଗ କରିଛନ୍ତି । କଙ୍ଗନା କହିଛନ୍ତି ଫିଲ୍ମରେ ପ୍ରକୃତ ତଥ୍ୟକୁ ବଦଳାଯାଇଛି । ଗଙ୍ଗୁବାଇ ଜଣେ ସାମାଜିକ କର୍ମୀ ଥିଲେ । କିନ୍ତୁ ଫିଲ୍ମରେ ତାଙ୍କୁ ଜଣେ ଦେହଜୀବୀ ରୂପେ ଦର୍ଶାଯାଇଛି ବୋଲି ଗଙ୍ଗୁବାଇଙ୍କ ପରିବାର ଅଭିଯୋଗ କରିଛନ୍ତି । ଫିଲ୍ମ ରିଲିଜ ପୂର୍ବରୁ ବିବାଦରେ ରହିବା କିଛି ନୂଆ କଥା ନୁହେଁ । ଏବେ ଦେଖିବାକୁ ବାକି ରହିଲା ଏହି ବିବାଦ ଫିଲ୍ମ ଗଙ୍ଗୁବାଇକୁ ପରଦାରେ ସଫଳତା ଦେଉଛି କି ବିଫଳତା ଆଣୁଛି ।