ବାଙ୍କେ ବିହାରୀ ଦର୍ଶନ ବେଳେ କଙ୍ଗନା ଦେଲେ ଏଭଳି ବୟାନ , କହିଲେ ରାଷ୍ଟ୍ରବାଦୀ ଲୋକଙ୍କ ପାଇଁ କରିବି ନିର୍ବାଚନ ପ୍ରଚାର

122

କନକ ବ୍ୟୁରୋ : ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ନିର୍ବାଚନ ପ୍ରଚାରକୁ ଉହ୍ଲାଇବା ନେଇ ସଂକେତ ଦେଇଛନ୍ତି । ସେ ବୃନ୍ଦାବନର ଠାକୁର ବାଙ୍କେ ବିହାରୀ ଦର୍ଶନ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି କି ସେ ନେତା ନୁହଁନ୍ତି କିନ୍ତୁ ରାଷ୍ଟ୍ରବାଦୀ ଲୋକଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାର କରିବେ ।

ସୂଚନା ମୁତାବକ କଙ୍ଗନା ବୃନ୍ଦାବନର ବାଙ୍କେ ବିହାରୀ ଦର୍ଶନ ପାଇଁ ସେଠାରେ ପହଂଚିଥିଲେ । ସେଠାରେ ପୂଜା ପାଠ କରିବା ପରେ ସେ ପୂଜାରୀଙ୍କ ଠାରୁ ଆର୍ଶିବାଦ ନେବା ପରେ ଗଣମାଧ୍ୟମ ଓ ସାଧାରଣ ଲୋକ ତାଙ୍କ ପାଖରେ ଭିଡ ଜମାଇଥିଲେ । ଏହି କ୍ରମରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ କଙ୍ଗନାଙ୍କୁ ନିର୍ବାଚନ ପ୍ରଚାର କରିବା ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ କଙ୍ଗନା କହିଥିଲେ କି ଯିଏ ରାଷ୍ଟ୍ରବାଦୀ ସେ ସେମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ଏହାସହ ସେ ସ୍ପଷ୍ଟ କରିଥିଲେ କି ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଯିଏ ରାଷ୍ଟ୍ରବାଦ ଉପରେ କାମ କରିବ ସେହି ନେତାଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାରକୁ ଉହ୍ଲାଇବେ ବୋଲି କହିଛନ୍ତି ।

କହିରଖୁ କି ପଦ୍ମଶ୍ରୀ ପୁରସ୍କାର ପାଇଥିବା ତଥା ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବାଙ୍କେ ବିହାରୀ ଦର୍ଶନ କାର୍ଯ୍ୟକ୍ରମ ଗୋପନୀୟ ଥିଲା । ସେହିଭଳି ଗତକାଲି ସେ ପଞ୍ଜାବ ଯାଇଥିବା ବେଳେ କୃଷକମାନେ ତାଙ୍କୁ ଘେରିଯାଇ ପଞ୍ଜାବ ପ୍ରବେଶକୁ ବିରୋଧ କରିଥିଲେ । ଏନେଇ କଙ୍ଗନା ସୋସିଆଲ ମିଡିଆରେ ଦୁଖ ବ୍ୟକ୍ତ କରିବା ସହ ସେ କୃଷକଙ୍କ ବିରୋଧୀ ନୁହଁନ୍ତି ବୋଲି କହିଥିଲେ ।