କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାରେ ମହାରାଷ୍ଟ୍ର ସରକାରଙ୍କୁ ଜୋରଦାର ଝଟକା: ବମ୍ବେ ହାଇକୋର୍ଟ କହିଲେ, ମନ୍ଦ ଉଦେଶ୍ୟର ରଖି ଅଫିସ ଭାଙ୍ଗିଛି ବିଏମସି

ଘରର ମୂଲ୍ୟାୟନ କରି କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ

50

କନକ ବ୍ୟୁରୋ: ଅଦାଲତ ଲଢେଇରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିଜୟ । ମହାରାଷ୍ଟ୍ର ସରକାରଙ୍କୁ ଝଟକା । ବମ୍ବେ ହାଇକୋର୍ଟ କହିଲେ, ମନ୍ଦ ଉଦେଶ୍ୟର ରଖି ଅଫିସ ଭାଙ୍ଗିଛି ବିଏମସି । ବେଆଇନ ଭାବେ କଙ୍ଗନାଙ୍କ ଘର ଓ କାର୍ଯ୍ୟାଳୟ ନିର୍ମାଣ କରିଥିବା ଅଭିଯୋଗ ମାମଲାରେ ଆଜି ଶୁଣାଣୀ କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ବିଏମସି କଙ୍ଗନାଙ୍କ ଅଫିସର କିଛି ଅଂଶ ଭାଙ୍ଗିଥଲା । ସେ ନଥିବା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । ଅତିକମରେ ୨୪ ଘଂଟା ଓ ଅତିବେଶୀରେ ତାଙ୍କୁ ୭ଦିନର ସମୟ ଦେବା ନିୟମ ରହିଛି ।

କୌଣସି ନୋଟିସ ନଦିଆ ଯାଇ କଙ୍ଗନାଙ୍କ ଅଫିସ ଭଙ୍ଗାଯାଇଥିବା ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି । କଙ୍ଗନାଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଆବେଦନରେ କଙ୍ଗନା ୨କୋଟି କ୍ଷୟକ୍ଷତି ପୁରଣ ଦାବି କରିଥିଲେ । ଅନ୍ୟପଟେ ଅଭିନେତ୍ରୀଙ୍କୁ ମଧ୍ୟ ତାଗିଦ କରିଛନ୍ତି ବମ୍ବେ ହାଇକୋର୍ଟ । ସୋସିଆଲ ମିଡିଆରେ ବିବଦୀୟ ମନ୍ତବ୍ୟ ରଖିବା ଅନୁଚିତ ଓ ଏଥିରେ ସଂଜମତା ରଖିବା ଜରୁରୀ ବୋଲି କୋର୍ଟ କହିଛନ୍ତି । ସେପ୍ଟେମ୍ବର ୯ରେ ମୁମ୍ବାଇ ପାଲି ହିଲରେ ଥିବା କଙ୍ଗନା ବଙ୍ଗଳା ଓ ଅଫିସ ଉପରେ ବୁଲଡୋଜର ଲଗାଇ ଭଙ୍ଗାରୁଜା କରିଥିଲା ବିଏମସି ।

Comments are closed.