ବଲିଉଡରେ କଙ୍ଗନା ବନାମ ଉର୍ମିଲା : କଙ୍ଗନା କହିଲେ, ଉର୍ମିଲା ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର : ଅଭିନୟ ପାଇଁ ନୁହେଁ, ସଫ୍ଟ ପର୍ଣ୍ଣ ପାଇଁ ଜଣାଶୁଣା

2,364

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ଏବଂ ସାଂସଦ ଜୟା ବଚ୍ଚନଙ୍କ ପରେ ଏବେ ଉର୍ମିଳା ମାତୋଣ୍ଡକରଙ୍କୁ ବି କଡା କଥା ଶୁଣାଇ ଦେଇଛନ୍ତି କଙ୍ଗନା । ଏକ ଟିଭି ଇଂଟରଭ୍ୟୁରେ ଉର୍ମିଲାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର କହି ସବୁ ସୀମା ଟପିଯାଇଛନ୍ତି କଙ୍ଗନା ରଣାୱତ ।

କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉର୍ମିଲା ବି ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର । ମୁଁ ଜାଣିଛି ଏହା ଅତି କଡା କଥା । କିନ୍ତୁ ଉର୍ମିଲାଙ୍କୁ ତାଙ୍କ ଅଭିନୟ ପାଇଁ ଜଣାଯାଏ ନାହିଁ । ତାହାହେଲେ କ’ଣ ପାଇଁ ସେ ଅଧିକ ପରିଚିତ? ସଫ୍ଟ ପର୍ଣ୍ଣ କରୁଥିବାରୁ ତାଙ୍କୁ ଅଧିକ ପରିଚୟ ମିଳିଛି । ଯଦି ତାଙ୍କୁ ଟିକେଟ ମିଳିପାରିଲା, ତାହାହେଲେ ମୋତେ କାହିଁକି ମିଳି ପାରିବନି?’ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ବଲିଉଡକୁ ଡ୍ରଗ୍ସ ବାଲା ଗଟର ଅର୍ଥାତ ନର୍ଦ୍ଦମା ବୋଲି କଙ୍ଗନା କହିଥିଲେ । ଏହାପରେ ଯେମିତି ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାକୁ ପ୍ରସଙ୍ଗ କରି ଦୁଇଫାଳ ହୋଇଯାଇଛି ବଲିଉଡ । ଆଉ ପ୍ରାୟ ୪୦ ବର୍ଷ ହେଲା ବଲିଉଡରେ ସକ୍ରିୟ ଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ ଅଯଥାରେ ବଲିଉଡକୁ ବଦନାମ କରାଯାଉଥିବା କଥା କହିଥିଲେ । ଯାହାକୁ କାଉଣ୍ଟର କରି ଉର୍ମିଲାଙ୍କ ବିରୋଧରେ ଅତି ଶସ୍ତା ଟିପ୍ପଣୀ କରିଛନ୍ତି କଙ୍ଗନା । ମନ୍ତବ୍ୟ ସହ ମେଳ ଖାଉଥିବା ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ବିବାଦ ।