କନକ ବ୍ୟୁରୋ : ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି। ଏହି ବିବାଦ ତାଙ୍କୁ ଖୁବ୍ ଅଡୁଆରେ ପକାଇଥିଲା। ଗୋମାଂସ ଭକ୍ଷଣ ସଂକ୍ରାନ୍ତରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍ ସହ ଏହି ମାମଲା ଜଡ଼ିତ। ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରି ଲୁଧିଆନାର ନବନୀତ ଗୋପୀ କଙ୍କନାଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇାକୋର୍ଟରେ ପିଟିସନ୍ ଦାଏର କରିଥିଲେ।
ଅଭିଯୋଗକାରୀ ଦର୍ଶାଇ ଥିଲେ ଯେ, କଙ୍ଗନା ତାଙ୍କ ବିବୃତିରେ ଗୋମାଂସ ଭକ୍ଷଣ ପ୍ରସାର କରୁଛନ୍ତି, ଯାହା ଧାର୍ମିକ ଭାବାବେଗକୁ ଆଘାତ କରୁଛି। କଙ୍ଗନା ରଣାୱତଙ୍କ ବିରୋଧରେ ନବନୀତ ଲୁଧିଆନା ଥାନାରେ ମଧ୍ୟ ଅଭିଯୋଗ ଫାଇଲ୍ କରିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ପଞ୍ଜାବ ଗୋହତ୍ୟା ନିଷେଧ ଆଇନ ୧୯୯୫ର ଦଫା ୮, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦ର ଦଫା ୬୬ ଓ ୬୭, ଭାରତୀୟ ପିଙ୍ଗଳ କୋଡ୍ ୧୯୮୦ର ଦଫା ୨୯୫ ଭିତ୍ତିରେ ଅଭିନେତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରିବାକୁ ଆବେଦନକାରୀ କହିଛନ୍ତି।
କିନ୍ତୁ, ‘ଅସ୍ପଷ୍ଟ’ ଓ ‘ଅବୋଧଗମ୍ୟ’ ଦର୍ଶାଇ ବିଚାରପତି ମନୋଜ ବଜାଜ୍ ସେ ଦାଏର କରିଥିବା ପିଟିସନ୍କୁ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ, କଙ୍ଗନା ଗୋମାଂସ ଭକ୍ଷଣ ପ୍ରସାର କରୁଥିବା କୌଣସି ପୋଷ୍ଟ୍ରେ ସୁସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନାହିଁ। ବଂର ଏଥିରେ ସେ ନିଜେ ନିରାମିଷାଶୀ ହୋଇଥିବା କଥା କହିଛନ୍ତି। ଦ୍ବିତୀୟ ପୋଷ୍ଟ୍ରେ କଙ୍ଗନା ଭାରତରେ ଓ ବିଦେଶରେ ଖାଦ୍ୟର ଭିନ୍ନତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଭାଇରାଲ୍ ହୋଇଥିବା ଏହି ପୋଷ୍ଟ୍ ଯେ, ଅଭିନେତ୍ରୀଙ୍କ ଦ୍ବାରା ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ହୋଇଛି, ସେ କଥା କେଉଁଠି ମଧ୍ୟ ଜଣାପଡୁନାହିଁ। ତେଣୁ, ବାଦୀ କୌଣସି ଧର୍ତ୍ତବ୍ୟ ଅପରାଧ କରିଥିବା କଥା ଏହି ସବୁ ତଥ୍ୟ ଓ ପରିସ୍ଥିତି କମିସନ୍ଙ୍କୁ ସୂଚନା ଦେଉନାହିଁ।
Comments are closed.