କରୋନାରେ ସଂକ୍ରମିତ ହେଲେ ବଲିଉଡର ଚର୍ଚ୍ଚିତ ନାୟିକା କଙ୍ଗନା ରାଣାୱତ । ନିଜ ଘରେ ହୋମ କ୍ୱାରେଣ୍ଟିନ୍ ।

195

କନକ ବ୍ୟୁରୋ : କରୋନା ପ୍ରଭାବରେ ଏବେ ସାରା ଦେଶ ପ୍ରଭାବିତ । ଦେଶରେ ଲଗାତର ଭାବେ ବଢୁଥିବା ସଂକ୍ରମଣ ଭିତରେ ଆଜି ବଲିଉଡ ଚର୍ଚ୍ଚିତ ନାୟିକା କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ପଜିଟିଭ୍ ଚିହ୍ନଟ ହେବାପରେ ସେ ନିଜ ଘରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଏହାସହ ସେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିବା କଥା ବି କହିଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ନିଜ ପ୍ରଶଂସକ ମାନଙ୍କୁ ସୂଚନା ଦେଇଛନ୍ତି । ଏନେଇ ସେ ଏକ ଫଟୋ ବି ସେୟାର କରିଛନ୍ତି । ସେ ଲେଖିଛନ୍ତି କି ସେ କିଛିଦିନ ହେବ ଦୁର୍ବଳ ଅନୁଭବ କରୁଥିଲେ ଏହାସହ ତାଙ୍କ ଆଖିରେ ଜଳାପୋଡା ହେଉଥିବା କଥା ସେ କହିଛନ୍ତି । ହିମାଚଳ ଯିବା ପୂର୍ବରୁ ସେ ଗତକାଲି ତାଙ୍କର କୋଭିଡ୍ ଟେଷ୍ଟ କରିଥିଲେ ଓ ଆଜି ଏହାର ରିପୋର୍ଟ ପଜିଟିଭ୍ ଆସିଥିବା କଥା ସେ ଲେଖିଛନ୍ତି । ସେ ଖୁବଶୀଘ୍ର କରୋନାରୁ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ।
ସେ ଆହୁରି ଲେଖିଛନ୍ତି କି, ‘ଯଦି ଆପଣ କୋଭିଡକୁ ଡରିବେ ସେ ଆପଣଙ୍କୁ ଅଧିକ ଡରାଇବ’ । ଏହା କିଛି ନୁହେଁ ଏହା ଏକ ମାମୁଲି ଉଡନ୍ତା ରୋଗ ।