ରିଲିଜ୍ ହେଲା ‘ଥଲାଇଭି’ର ଟିଜର ! ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ କଙ୍ଗନା ରଣାୱତ୍ ।

ରିଲିଜ୍ ହେଲା ‘ଥଲାଇଭି’ର ଟିଜର ! ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ କଙ୍ଗନା ରଣାୱତ୍ ।

ରିଲିଜ୍ ହେଲା ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’ର ଟିଜର। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକର ଟିଜର ରିଲିଜ ହୋଇଯାଇଛି। ଏହି ଫିଲ୍ମର ନାଁ ରହିଛି ‘ଥଲାଇଭି’। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍। ଫିଲ୍ମଟି ଟି-ସିରିଜ ବ୍ୟାନରରେ ନିର୍ମାଣ କରାଯାଇଥିବା ବେଳେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ‘ଥଲାଇଭି’ ରିଲିଜ ହେବ ।

ଶନିବାର ଫିଲ୍ମ ‘ଥଲାଇଭି’ର ଟିଜର ୟୁଟ୍ୟୁବରେ ରିଲିଜ ହୋଇଛି। ଯାହାକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଟିଜରରେ କଙ୍ଗନାଙ୍କ ଲୁକକୁ ଦେଖି ଲୋକେ ଟ୍ରୋଲ କରିବାରେ ଲାଗିଛନ୍ତି। ଫିଲ୍ମରେ କଙ୍ଗନାଙ୍କୁ ପ୍ରୋସ୍ଥେଟିକ୍ ମେକଅପ୍ ଜରିଆରେ ଜୟଲଳିତାଙ୍କ ଲୁକ୍ ଦେବାକୁ ପ୍ରୟାସ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାମିଲ ଡାଇରେକ୍ଟେର ଏଏଲ୍ ବିଜୟ। ଫିଲ୍ମ ‘ଥଲାଇଭି’ ଆସନ୍ତା ବର୍ଷ ଜୁନ୍ ୨୬ ରେ ରିଲିଜ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe