ବଲିଉଡ୍ କୁଇନ୍ କଙ୍ଗନା ରାନାୱାତ, ଏବଂ ହ୍ୟାଣ୍ଡସମ୍ ହିରୋ ହ୍ରିତିକ୍ ରୋଶନଙ୍କର ପ୍ରେମ କାହାଣୀ କାହାକୁ ଲୁଚାଛପା ନାହିଁ । କିନ୍ତୁ ଦୁଇଜଣ ଦୁଇଜଣଙ୍କ ବିଷୟରେ ତାଙ୍କ ଭିତରେ ଘଟିଥିବା କିଛି ବି ଘଟଣାକୁ ସମସ୍ତଙ୍କ ସାମ୍ନାରେ ଆଲୋଚନା କରନ୍ତି ନାହିଁ । କିନ୍ତୁ ଏବେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଙ୍ଗନା ନିଜର ସମ୍ପର୍କ ଉପରୁ ପରଦା ଉଠାଇଛନ୍ତି ।/kanak/media/post_attachments/wp-content/uploads/2016/12/s_1482036399-300x300.jpeg)
କଙ୍ଗନା ଏହା ମଧ୍ୟ କହିଛନ୍ତି ତାଙ୍କର ଏବଂ ହ୍ରିତିକଙ୍କ ମତଭେଦକୁ ନେଇ ସାର୍ବଜନୀନ କରାଯାଇଥିବା କଙ୍ଗନାଙ୍କ ବ୍ୟକ୍ତିଗତ ଚିଠି ଘଟଣା କଙ୍ଗନାଙ୍କୁ ଖୁବ୍ ଆଘାତ ଦେଇଥିବା ସେ କହିଛନ୍ତି । ଏହାଦ୍ୱାରା ସମାଜ ଆଗରେ କଙ୍ଗନା ନିଜକୁ ଏକ ଉଲଗ୍ନ ମଣିଷ ଭଳି ମନେ କରିଥିବା ମଧ୍ୟ କହିଛନ୍ତି ।
କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣା ପାଇଁ ସେ ଅନେକ ରାତି କାନ୍ଦି କାନ୍ଦି ମଧ୍ୟ କାଟିଛନ୍ତି । ଏହି ଘଟଣା ପରେ ଲୋକମାନେ ମୋ ବିଷୟରେ ଅନେକ ଆଲୋଚନା ମଧ୍ୟ କରିଛନ୍ତି, ଯଦ୍ୱାରା କି ମୁଁ ସାଙ୍ଗସାଥୀ ମାନଙ୍କ ଗହଣରେ ବହୁତ ଉପହାସିତ ମଧ୍ୟ ହୋଇଥିବାର କଙ୍ଗନା ମଧ୍ୟ କହିଛନ୍ତି ।
ଏହାପାଇଁ ସେ ମାନସିକ ସ୍ତରରେ ବହୁତ ଆଘାତ ମଧ୍ୟ ପାଇଛନ୍ତି । ଏତେ ଘଟଣା ଘଟିବାପରେ ମଧ୍ୟ ସେ ଏହି ଘଟଣାକୁ ଅଧିକ ବଢାଇବାକୁ ଚାହିଁନଥିଲେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/s_1482036104.jpeg)