କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଗାୟିକା ଓ ନାୟିକାଙ୍କ ଭିତରେ ଟ୍ୱିଟର ୱାର । ଦିଲ୍ଲୀ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ନେଇ ଅନ୍ତଜାର୍ତୀୟ ଖ୍ୟାତି ସଂପନ୍ନ ଗାୟିକା ରିହାନାଙ୍କ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନାହୁଁ ?
why aren’t we talking about this?! #FarmersProtesthttps://t.co/obmIlXhK9S
— Rihanna (@rihanna) February 2, 2021
ସିଏନ୍ଏନର ଏ ରିପୋର୍ଟକୁ ଟ୍ୟାକ୍ କରି ଏକଥା ଲେଖିଛନ୍ତି ରିହାନା । ଏହି ରିପୋର୍ଟରେ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବ୍ୟାହତ ହୋଇଥିବା କଥା ରହିଛି । ସେହିପରି ଚାଷୀଙ୍କ ଟ୍ରାକ୍ଟର ରାଲିର ଏକ ଫଟୋ ଚିତ୍ର ମଧ୍ୟ ଏଥିରେ ରହିଛି ।
ଆଉ ରିହାନାଙ୍କ ଏଭଳି ଟ୍ୱିଟର ଜବାବ୍ ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ସେ ଜାବାବରେ ଲେଖିଛନ୍ତି, ଏହି ଆନ୍ଦୋଳନ ସମ୍ପର୍କରେ ଏଥିପାଇଁ କେହି ଚର୍ଚ୍ଚା କରୁନାହାଁନ୍ତି, କାରଣ ଏହା ଚାଷୀଙ୍କ ନୁହେଁ ବରଂ ଆତଙ୍କବାଦୀଙ୍କର । ଯେଉଁମାନେ ଭାରତକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ।
No one is talking about it because they are not farmers they are terrorists who are trying to divide India, so that China can take over our vulnerable broken nation and make it a Chinese colony much like USA...
Sit down you fool, we are not selling our nation like you dummies. https://t.co/OIAD5Pa61a— Kangana Ranaut (@KanganaTeam) February 2, 2021
ଯାହା ଫଳରେ ଚୀନ ଭଳି ଦେଶ ଆମ ଦେଶକୁ କବ୍ଜା କରିବେ ଏବଂ ଆମେରିକା ଉପନିବେଷବାଦ ଆରମ୍ଭ କରିବେ । ଆମ କିଛି ଜାଣି ନାହାଁନ୍ତି, ଆପଣ ବସି ପଡନ୍ତୁ । ଆମେ ଆପଣଙ୍କ ଭଳି ନିଜ ଦେଶକୁ ବିକ୍ରି କରିବାକୁ ଚାହୁଁ ନାହୁଁ ବୋଲି କଙ୍ଗନା ରାଣାୱତ ଟ୍ୱିଟ୍ କରିଛନ୍ତି ।