କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ସେ ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନ ଓ ଅଭିନେତା ଟାଇଗର ସର୍ଫଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଏହି କଥାକୁ ନେଇ ଏଭଳି କହିଛନ୍ତି କି ଅମିତାଭ ବଚ୍ଚନ ଓ ଟାଇଗର ସର୍ଫଙ୍କ ସିନେମା ଗଣପତ ସେହି ତାରିଖରେ ରିଲିଜ ହେବାକୁ ଯାଉଛି ଯେଉଁ ତାରିଖରେ କଙ୍ଗନାଙ୍କ ସିନେମା ଇମରଜେନ୍ସି ରିଲିଜ ହେଉଛି ।

Advertisment

କଙ୍ଗନା ରାଣାୱତଙ୍କ ସିନେମା ଇମରଜେନ୍ସି ସହିତ ବଲିଉଡ ମାଫିଆମାନେ ଟକ୍କର ଦେଉଛନ୍ତି । ଏକଥା ଆମେ ନୁହେଁ ବରଂ କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି । କହିରଖୁ କି, ଏବେ ଏବେ ଟାଇଗର ସର୍ଫଙ୍କ ସିନେମା ଗଣପତର ଟିଜର ରିଲିଜ ହୋଇଛି । ଏହି ଟିଜର ଆସିବା ପରେ କଙ୍ଗନା କହିଛନ୍ତି କି “ମୋର ସିନେମା ୨୦ ଅକ୍ଟୋବରରେ ରିଲିଜ କରିବାକୁ ଚାହୁଁଥିଲି, ହେଲେ ବଲିଉଡ ମାଫିଆ ଜୋର ଜବରଦସ୍ତ ମୋ ଫିଲ୍ମ ସହ ଟକ୍କର ଦେବାକୁ ଚାହୁଁଛନ୍ତି”

ଅନ୍ୟ ଏକ ଟ୍ୱିଟରେ କଙ୍ଗନା ଗଣପତ ସିନେମାର ପ୍ରଯୋଜକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି, ଇମରଜେନ୍ସି ସିନେମାର ରିଲିଜ ତାରିଖକୁ ନଜରରେ ରଖି ଗଣପତ ସିନେମାର ରିଲିଜ ତାରିଖ ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସେ ଆହୁରି ଲେଖିଛନ୍ତି ଯେ ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ଅନେକ ତାରିଖ ରିଲିଜ ପାଇଁ ଥିବା ବେଳେ ବଲିଉଡ ମାଫିଆମାନେ ଠିକ୍ ସେହିଦିନକୁ ରିଲିଜ ତାରିଖ ଘୋଷଣା କରିଛନ୍ତି ଯେଉଁଦିନ ଇମରଜେନ୍ସିର ରିଲିଜ ତାରିଖ ଘୋଷଣା କରାଯାଇଛି ।