ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ

112

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ତାଙ୍କର ଆଗାମୀ ଫିଲ୍ମରେ କଙ୍ଗନା ଇନ୍ଦିରାଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ଫିଲ୍ମଟି ଇନ୍ଦିରାଙ୍କ ବାୟୋପିକ୍ ହୋଇନଥିଲେ ମଧ୍ୟ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ ବୋଲି ଜଣାପଡିଛି ।

ଏନେଇ ନିଜେ କଙ୍ଗନା ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି । ମଣିକର୍ଣ୍ଣିକା ଫିଲ୍ମସ ଏହି ପଲିଟିକାଲ୍ ଡ୍ରାମା ଫିଲ୍ମର ନିର୍ମାଣ କରୁଛି । ଯାହାର ନିର୍ଦ୍ଦେଶନା ଦେବେ ସାଇ କବିର । ଅନ୍ୟପଟେ ସେ ଇନ୍ଦିରାଙ୍କ ଗେଟଅପରେ ଥିବା ବେଳେ ଟୁଇଟରରେ ଏକ ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ସେ ଅବିକଳ ଇନ୍ଦିରାଙ୍କ ଭଳି ଦେଖିବାକୁ ମିଳୁଛନ୍ତି । ତେବେ ଏହା ପୂର୍ବରୁ କଙ୍ଗନା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିସାରିଛନ୍ତି । ଯାହାକି ଆଉ କିଛି ଦିନ ଭିତରେ ରିଲିଜ୍ ହେବାକୁ ଅଛି ।