ଆଇପିଏଲକୁ ନେଇ ଭାରତୀୟ ଫ୍ୟାନ ଅସନ୍ତୋଷ: ୱିଲିୟମସନ କହିଲେ, ଆମକୁ ମିଳିଲା ଫାଇଦା

172

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲରେ ପହଞ୍ଚି ନପାରିବାର କାରଣ ଏବେ ସମସ୍ତେ ଆଇପିଏଲକୁ ହିଁ ଦେଉଛନ୍ତି । ଏହାକୁ ନେଇ ଅନେକ ଲୋକ ଅଭିଯୋଗ କରିବା ସହ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି । ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କିନ୍ତୁ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳିବା ଆମ ପାଇଁ ଫାଇଦା ଥିଲା ।

ୱିଲିୟମସନ ଆହୁରି କହିଛନ୍ତି କି, ଆଇପିଏଲର ଦ୍ୱିତୀୟ ପାର୍ଟରେ ଅନେକ ପରିବର୍ତ୍ତନ ହୋଇଥିଲା । ୟୁଏଇର ବିଭିନ୍ନ ପିଚରେ ଖେଳିବା ଆମ ପାଇଁ ବେଶ ଫାଇଦା ହେଲା । ଆମକୁ ଜଣା ଥିଲେ ବିଶ୍ୱକପରେ କୌଣସି ବି ଟିମ କାହାକୁ ବି ହରାଇପାରେ ।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ତାର ଅଭିଯାନ ଶେଷ କରିଛି । ସେମିଫାଇନାଲରୁ ବାଦ ପଡିବା ପରେ ଅନେକ ଲୋକ ଆଇପିଏଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିମ୍ବଦନ୍ତୀ କ୍ରିକେଟର ବି କହିଛନ୍ତି କି ଭାରତୀୟ ଟିମର କିଛି ଖେଳାଳି ଆଇପିଏଲକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ହେଲେ ଏହାରି ଭିତରେ ନ୍ୟୁଜିଲାଣ୍ଡ ଅଧିନାୟକ କିଛି ଭିନ୍ନ ମତ ରଖିଛନ୍ତି ।