ନ୍ୟୁଜିଲାଣ୍ଡର କ୍ୟାପଟେନ୍ କୁଲ୍ ଙ୍କ ପ୍ରେମରେ ପଡିଲା ସାରା ଦୁନିଆ ! ସୋସିଆଲ୍ ମିଡିଆରେ ହିରୋ ପାଲଟିଗଲେ କେନ୍ ୱିଲିୟମସନ୍

3,200

ବିଶ୍ୱକପ୍ ୨୦୧୯ ରେ ବିଶ୍ୱ ବିଜେତା ହୋଇଛି କ୍ରିକେଟ୍ ର ଜନକ ଇଂଲଣ୍ଡ । ଏବେ ଫାଇନାଲ୍ ମ୍ୟାଚକୁ ନେଇ ବି ଖୁବ୍ ଛକାପଞ୍ଝା ଲାଗିଛି । ଏ ଭିତରେ ଗୋଟିଏ ସୋମ୍ୟ ଚେହେରା ଲୋକଙ୍କ ମନକୁ ଖୁବ୍ ଛୁଇଁଛି । ପରାଜୟ ପରର ଦୁଃଖ ଏବଂ ଲୋକଦେଖାଣିଆ ମୁହଁର ଖୁସିର ଚେହେରାଟି ଲୋକଙ୍କ ମନକୁ ଖୁବ୍ ପାଇଛି । ଏହି ଚେହେରା ପଛର ମଣିଷ ଜଣକ ହେଉଛନ୍ତି ବିଶ୍ୱକପ୍ ଫାଇନାଲ୍ ରେ ପରାଜୟ ବରଣ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ । ୱିଲିୟମସନଙ୍କ ସାଦାସିଧା ଜୀବନକୁ ଏବେ ସମସ୍ତେ ଭଲ ପାଇ ବସିଛନ୍ତି । ପରାଜୟ ପରେ ବି ନା ରାଗ ନା କାହା ସହିତ କୌଣସି ତର୍କ … ବିଶ୍ୱକପ୍ ରେ ପରାଜୟ ପରେ ବି ସାଧାରଣ ଦିନ ଭଳି ସେ ଦେଖାଯାଉଥିଲେ । ତାଙ୍କୁ ଚଳିତ ବର୍ଷ ପ୍ଲେୟାର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ର ସମ୍ନାନରେ ସମ୍ନାନିତ କରାଯାଇଥିଲା । ନିଜ ବ୍ୟାଟିଙ୍ଗ୍ ର ଦମରେ ସେ ନ୍ୟୁଜିଲାଣ୍ଡର ପ୍ରତିଟି ପଦକ୍ଷେପରେ ବଚାଂଇ ଆସିଥିଲେ ଏବଂ ଶାନ୍ତ ରହି ଉଚ୍ଚକୋଟିର ଅଧିନାୟକର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଏହି କାରଣ ପାଇଁ ଲଗାତାର ଦ୍ୱିତୀୟଥର ପାଇଁ ନ୍ୟୁଜିଲାଣ୍ଡ ଟିମ୍ ବିଶ୍ୱକପ୍ ଫାଇନାଲ୍ ରେ ପହଁଚି ପାରିଥିଲା ।

ଏହି ବିଶ୍ୱକପ୍ ରେ କେନ୍ ୱିଲିୟମସନ୍ ଙ୍କ ବ୍ୟାଟିଙ୍ଗ୍ ସହ କ୍ୟାପଟେନ୍ସିକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି । ନ୍ୟୁଜିଲାଣ୍ଡ ଟିମ୍ ଭାରତକୁ ସେମିଫାଇନାଲରେ ହରାଇ ଫାଇନାଲ୍ କୁ ପହଂଚିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଇଂଲଣ୍ଡକୁ ହରାଇ ପାରିନଥିଲା । କେନ୍ ଙ୍କ ଜୀବନ ସହ ଜଡିତ ଏକ ରୋମାଞ୍ଚକର ଘଟଣା ମଧ୍ୟ ରହିଛି ଯାହା ଲୋକଙ୍କ ମନକୁ ଖୁବ୍ ପାଇଛି ।

୨୦୧୪ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ୱାନଡେ ସିରିଜ୍ ରେ ନ୍ୟୁଜିଲାଣ୍ଡ ୩ ରୁ ୨ ରନ୍ ରେ ବିଜୟ ହୋଇଥିଲା । ଠିକ୍ ସେହି ସମୟରେ ପେସାୱରରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଅନେକ ସ୍କୁଲ୍ ପିଲା ନିଜ ଜୀବନ ହରାଇଥିଲେ । ସେତେବେଳେ କେନ୍ ୱିଲିୟମସନ୍ ୫ ମ୍ୟାଚରେ ଜିତିଥିବା ଟଙ୍କାକୁ ଆହତ ପିଲାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ ।