କନକ ବ୍ୟୁରୋ : ପିଆଜ ପରେ କନ୍ଦାଇଲା ଆଳୁ । ହାଣ୍ଡିଶାଳରେ ମହଙ୍ଗାମାଡ । ପିଆଜ କିଲୋପ୍ରତି ଦର ୮୦ ଟଙ୍କା ଟପିଥିବାବେଳେ ଆଳୁ ଏବେ କିଲୋପ୍ରତି ହୋଇଛି ୪୫ ଟଙ୍କା । ଏକ ସପ୍ତାହ ଭିତରେ ୧୦ ଟଙ୍କା ବଢିଛି ଆଳୁଦର । ଏହାକୁ ନେଇ ଲୋକଙ୍କ ଚିନ୍ତା ବଢିଯାଇଛି । ବର୍ତମାନ କାର୍ତିକ ମାସ ଚାଲିଛି । ଶୀତ ଆସିଗଲାଣି ।

Advertisment

ଏପରି ସମୟରେ ନିତ୍ୟବ୍ୟବହାର୍ଯ୍ୟ ପରିବା ଭିତରେ ଆଳୁ ପିଆଜର ଏପରି ଦରବୃଦ୍ଧି ଖାଉଟିଙ୍କ ପକେଟକୁ ମାଡ କରିଛି । ସିଧାସଳଖ ହାଣ୍ଡିଶାଳରେ ମାଡ କରିଛି । କହିବାକୁ ଗଲେ ସାଧାରଣ ଗରିବ ଲୋକ ଯେଉଁ ଆଳୁପିଆଜକୁ ଭରସା କରି ଚଳୁଥିଲା , ଏବେ ଏହାର ଆକାଶଛୁଆଁ ଦର , ଅଧିକ ବାଧୁଛି ।