ଉତ୍କଳ ଦିବସରେ ଓଡ଼ିଶା ପାଇଁ ଭଲ ଖବର । କନ୍ଧମାଳ ହଳଦୀକୁ ମିଳିଲା ଜି.ଆଇ ମାନ୍ୟତା ।

234

କନକ ବ୍ୟୁରୋ: କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା । ଗତବର୍ଷ କନ୍ଧମାଳ ହଳଦୀକୁ ଜି.ଆଇ ମାନ୍ୟତା ଦେବା ପାଇଁ ଚେନ୍ନାଇ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । ଏହାର ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇ ଗତବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଜି.ଆଇ ମାନ୍ୟତା ଦେବାକୁ ଅବେଦନ କରାଯାଇଥିଲା । ତେବେ ଆଜି ବିଧିବଦ୍ଧଭାବେ କନ୍ଧମାଳ ହଳଦୀକୁ ଜି.ଆଇ ମାନ୍ୟତା ମିଳିଛି । ତେବେ ଏହାଦ୍ୱାରା କନ୍ଧମାଳ ହଳଦୀର ବ୍ୟାବସାୟିକ ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସବୁଠାରୁ ବଡ଼ କଥା ହେଲା ଯେ, କନ୍ଧମାଳ ହଳଦୀର ଏକ ସ୍ୱତନ୍ତ୍ର ଗୁଣ ରହିଛି । ଉଭୟ ହର୍ବାଲ ଓ ଔଷଧୀୟ ଗୁଣ ଏହି କନ୍ଧମାଳ ହଳଦୀରେ ଭରି ରହିଛି । ତେଣୁ ଏହାକୁ ଅନେକ ପରୀକ୍ଷା ନିରିକ୍ଷା କରିବା ପରେ ଶେଷରେ ଆଜି ଓଡ଼ିଶାର ହଳଦୀକୁ ଜି.ଆଇ ମାନ୍ୟତା ମିଳିଛି । ସେପଟେ କନ୍ଧମାଳ ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ କରାଯାଇଥିଲା ସେଥିରେ ପ୍ରଥମ ପାହାଚ ଚଢ଼ି ସଫଳତା ହାସଲ କରିଛି ଓଡ଼ିଶା ।

ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ୧୨ଶହରୁ ଉଦ୍ଧ୍ୱର୍ ହଳଦୀ ଚାଷୀ ରହିଛନ୍ତି। ସେମାନେ ‘କସମ’ ନାମକ ଏକ ଚାଷୀ ସଂଗଠନ ରହିଛନ୍ତି । କନ୍ଧମାଳର ଜିଲ୍ଲାପାଳ ଏହାର ମୁଖ୍ୟ ରହିଛନ୍ତି। କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇବା ପରେ ଏହାର ବଜାର ମୂଲ୍ୟ ବୃଦ୍ଧି ପାଇବା ସହିତ ବାହାରକୁ ରପ୍ତାନି ବଢ଼ିବ ଆଶା ରଖିଛନ୍ତି ହଳଦୀ ବ୍ୟବସାୟୀ ।