ଚର୍ଚ୍ଚାରେ କନ୍ଧମାଳ ରାଜନୀତି ! ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ ନେତା

Advertisment
ଚର୍ଚ୍ଚାରେ କନ୍ଧମାଳ ରାଜନୀତି ! ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ ନେତା

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇପଡିଛି କନ୍ଧମାଳ ରାଜନୀତି । ବିଭିନ୍ନ ନେତାଙ୍କ ଫୋକସରେ ଏବେ କନ୍ଧମାଳ ଜିଲ୍ଲା । ନିଜ ନିଜ ଦଳ ସପକ୍ଷରେ ଭୋଟ ମାଗିବା ପାଇଁ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି ନେତା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ପ୍ରମୁଖ ଦଳ ପକ୍ଷରୁ ହାଇଭୋଲ୍ଟେଜ୍ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନର ଆସୁଛନ୍ତି।

publive-imageଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋରେନସନ ପଡିଆରେ ନିର୍ବାଚନ ସଭାରେ ଯୋଗଦେବେ। ତାଙ୍କ ସଭାରେ ଦଳର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ବାଇଁଙ୍କ ସମେତ ଅଧିନରେ ଯାଉଥିବା ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ। ଏଥି ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏସପି ପ୍ରତୀକ ସିଂ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଯୋଗୀ ଆଦିତ୍ୟନାଥ ସକାଳ ସାଢ଼େ ୧୧ଟାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ସଭାପତି କହିଛନ୍ତି।

publive-imageବିଜେପିକୁ କାଉଣ୍ଟର କରିବା ଲାଗି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୯ ତାରିଖରେ ଆସୁଥିବା ଜଣାପଡିଛି। ଫୁଲବାଣୀ କରୋନେସନ ପଡ଼ିଆରେ ସେ ଦଳୀୟ ନିର୍ବାଚନୀ ସଭାରେ ଉଦବୋଧନ ଦେବା ସହ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ରାହୁଲଙ୍କ ଗସ୍ତ ସଫଳ କରିବା ନେଇ ପିସିସିର ଏକ ଟିମ୍ ଫୁଲବାଣୀରେ ପହଞ୍ଚି ବ୍ୟବସ୍ଥା ତଦାରଖ କରିବା ସହ ସ୍ଥାନୀୟ ନେତାଙ୍କ ଆଲୋଚନା ଚଳାଇଛନ୍ତି।

naveenଅନ୍ୟପକ୍ଷରେ, ବିଜେପି ଓ କଂଗ୍ରେସର ପ୍ରଚାରକୁ ମୁକାବିଲା କରିବାକୁ ଆସନ୍ତା ୧୧ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ ବୋଲି ସୂଚନା ରହିଛି । ସେ ଫୁଲବାଣୀ ସମେତ ଆଉ ଗୋଟିଏ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସେ ଭୋଟଭିକ୍ଷା କରିବେ। ଏ ନେଇ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଥିବା ଜଣାପଡିଛି। ଏହାବାଦ ୩ ପ୍ରମୁଖ ଦଳର ବହୁ ହେଭିୱେଟ ନେତା ଓ ଅଭିନେତା ଏବଂ ଅଭିନେତ୍ରୀ ପ୍ରଚାରରେ ଆସୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ କନ୍ଧମାଳରେ ରାଜନୀତି ତାତି ବେଶ୍ ବଢିବାରେ ଲାଗିଛି। ଏଠାରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି। ହେଲେ ସ୍ବାଧୀନ ଓ ବିଦ୍ରୋହୀ ପ୍ରାର୍ଥୀଙ୍କ ଭୂମିକାକୁ ବି ଗୌଣ କରି ହେବ ନାହିଁ। ବିଜେଡିର ଗଡ଼ କୁହା ଯାଉଥିବା କନ୍ଧମାଳ ଜିଲ୍ଲାକୁ ଏଥର ବିଜେପି ଓ କଂଗ୍ରେସ କବଜା କରିବା ଉଦ୍ୟମ ଚଳାଇଥିବା ବେଳେ ବିଜେଡି ପୂର୍ବ ସ୍ଥିତି ବଜାୟ ରଖିବାକୁ ସବୁ ରଣନୀତି ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe