କନ୍ଧମାଳ ବାଲିଗୁଡାରେ ଅଭାବନୀୟ ଘଟଣା : ସ୍କୁଲ କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ, ୨ଜଣ ଗୁରୁତର; ୩ଜଣ ଛାତ୍ରୀ ଖେଳୁଥିବା ବେଳେ ଭାଙ୍ଗିପଡିଥିଲା ସ୍କୁଲ ଗେଟ

ବାକି ୨ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

77

କନକ ବ୍ୟୁରୋ : ସ୍କୁଲ କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ, ୨ଜଣ ଗୁରୁତର । ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରର ବେଲକଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୩ଜଣ ପିଲା ଖେଳୁଥିବା ସମୟରେ ସ୍କୁଲ ଗେଟଟି ଭାଙ୍ଗିଯିବାରୁ ଜଣେ ୮ ବର୍ଷିୟା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ବାକି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଫୁଲବାଣୀ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଆଉ ଜଣଙ୍କୁ ଜି.ଉଦୟଗିରି ମେଡିକାଲେରେ ଭର୍ତି କରାଯାଇଛି ।

ସୂଚନା ମୁତାବକ, ବେଲକାଟି ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ମଶାରି ବଣ୍ଟନ ହେଉଥିଲା l ଏଥିପାଇଁ ଗ୍ରାମର ସବୁ ମା’ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ l ତେବେ ଉକ୍ତ ତିନି ଜଣ ପିଲା ସେମାନଙ୍କ ମା’ ଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ମଶାରି ପାଇଁ ଯାଇଥିଲେ l ମଶାରି ବଣ୍ଟନ ଚାଲିଥିବା ବେଳେ ଉକ୍ତ ତିନି ଜଣ ସ୍ଥାନୀୟ ବେଲକାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ଯାଇ ଖେଳିଥିଲେ l ଏହି ସମୟରେ ହଠାତ୍ ତାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିଥିଲା l ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ରିଷିକାକୁ ଡାକ୍ତର ମୃତ ଘୋଷାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ଫୁଲବାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l