କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନେ ପୁଣି ତାଙ୍କର ଦବ୍ଦବା ଜାହିରି କରିଛନ୍ତି । କୋଟଗଡ ଓ ତୁମୁଡ଼ିବନ୍ଧ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହା ସହ ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ, ଗଂଜେଇ ଗଛ ନଷ୍ଟ ନକରିବା, ପୋଲିସର ଦମନ ନୀତିକୁ ପୋଷ୍ଟରରେ ଲିଖିତ ଭାବେ ବିରୋଧ କରିଛନ୍ତି ମାଓବାଦୀ ।
କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା ପିପିଲି ନିକଟରେ ଗଛପକାଇ ରାସ୍ତା ଅବରୋଧ କରିଥିଲେ ମାଓବାଦୀ । ଏହାଦ୍ୱାରା କିଛି ସମୟ ପାଇଁ ରାସ୍ତାରୋ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେପଟେ ମାଓବାଦୀ ପୋଷ୍ଟରକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/1-47.jpg)