ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଡାକ୍ତର ଭୁଲ୍ ଇଞ୍ଜେକ୍ସନ୍ ଦେଇଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ସଂପର୍କୀୟ 

80

କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ଡାକ୍ତର ଭୁଲ ଇଞ୍ଜେକ୍ସନ୍ ଦେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟ ଅଭିଯୋଗ କରିବା ହସ୍ପିଟାଲ ପରିସରରେ ଉତେଜନା ଦେଖିବାକୁ ମିଳିଥିଲା । ଉତ୍ୟେକ୍ତ ଲୋକେ ଡାକ୍ତରଖାନା ସମ୍ମୁଖ ୫୯ ନବଂର ଜାତୀୟ ରାଜପଥ ଅବରୋଧ କରିବାକୁ ପ୍ରସ୍ତୁତ ହେଉଥିଲେ ।

ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ଏସଡିପିଓ, ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକେ ଡାକ୍ତର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ ସଲାଗୁଡା ତେଲେପଙ୍ଗା ଗାଁର ରବିଚନ୍ଦ୍ର ଦିଗାଲ ଜ୍ୱର ହେବାରୁ ବାଲିଗୁଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଇଞ୍ଜେକ୍ସନ୍ ଦେବା ପରେ ରବିଚନ୍ଦ୍ରଙ୍କ ମୃତ୍ୟୁ ହେବାରୁ ଭୁଲ ଇଂଜେକସନ ଦେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସଂପର୍କୀୟ ହଙ୍ଗାମା କରିଥିଲେ ।