କୋଟଗଡରେ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ । ବିଜେପି ମହିଳା ମୋର୍ଚ୍ଚାର ୧୨ ଘଂଟିଆ କନ୍ଧମାଳ ବନ୍ଦ ଡାକରା

28

କନକ ବ୍ୟୁରୋ : କନ୍ଧମାଳରେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ୧୨ ଘଂଟିଆ ବନ୍ଦ ଡକରା ଦେଇଛି ବିଜେପି ମହିଳା ମୋର୍ଚା । ଘଟଣାର ନ୍ୟାୟିକ ତଦନ୍ତ କରାଯିବା ସହ ଏକ ମାସ ଭିତରେ ରିପୋର୍ଟ ଦେବାକୁ ଦଳ ଦାବି କରିଛି । ବନ୍ଦର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି । ଗତ ୨୨ ତାରିଖରେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହା ପରେ ତାତିଥିଲେ ଲୋକେ । ଦୀର୍ଘସମୟ ଧରି ରାସ୍ତାରୋକ ବି ହୋଇଥିଲା । ମିଳିଥିବା ସୂଚନା ଅନୁସାରେ କୋଟଗଡରେ ଯେଉଁ ପରି ଭାବରେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ସହ ଯେପରି ଭାବରେ ହତ୍ୟା କରାଯାଇଥିଲା ସେହି ଘଟଣାକୁ ସାରା ରାଜ୍ୟରେ ନିନ୍ଦା କରାଯାଇଛି ।

 

ତେବେ ସ୍ଥାନୀୟ ଜନସାଧାରଣ ୪୮ ଘଣ୍ଟା ବନ୍ଦ ଡାକରା ଦେଇଥିଲେ କୋଟଗଡ ବାସୀ । କେବଳ ଏତିକି ନୁହେଁ ପୂର୍ବରୁ ୨୫ ତାରିଖରେ ବିଜେପି ପକ୍ଷରୁ ସ୍ଥାନୀୟ ଥାନା ଘେରାଉ କରାଯାଇଥିଲା । ଆଜି ସେଠାରେ ସମସ୍ତ ସରକାରୀ ସ୍କୁଲ ଓ କଲେଜ, ବ୍ୟାଙ୍କ, ଦୋକନ ବଜାର ବନ୍ଦ ରହିଛି । କନ୍ଧମାଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନେକ ସ୍ଥାନରେ ପିକେଟିଂ କରାଯାଇଛି । ୫୩ ନଂ ଜାତୀୟ ରାଜପଥ ଗୋପାଳପୁରଠାରେ ମଧ୍ୟ ରାସ୍ତାରୋକ କରାଯାଇଛି । ରାସ୍ତା ଅବରୋଧ କରାଯାଇଥିବାରୁ ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଛି । ବନ୍ଦ ଡାକରା ପାଇଁ ପୋଲିସ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।