କିଏ ଜିତିବ କନ୍ଧମାଳରେ? ଫଟୋରେ ଫଟୋରେ ଦେଖନ୍ତୁ କନ୍ଧମାଳ ଲୋକସଭା ଅଧିନରେ ଆସୁଥିବା ୭ ବିଧାନସଭାର ଟିକିନିକି ତଥ୍ୟ 

471

କନକ ବ୍ୟୁରୋ : କନ୍ଧମାଳରେ କାହାର ହେବ ଜିତାପଟ । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । ଏଥର ହେବ ମହାଲଢେଇ । ବିଜେଡିରୁ ଅଚ୍ୟୁତ, ବିଜେପିରୁ ଐର ଖାରବେଳ ଓ କଂଗ୍ରେସରୁ ମନୋଜ ମୈଦାନରେ । ପୂର୍ବରୁ ୨୦୦୯ରେ ରୁଦ୍ରମାଧବ ଏହି ଆସନରେ ସବୁଜ ବାନା ଉଡାଇଥିବା ବେଳେ ୨୦୧୪ରେ ହେମେନ୍ଦ୍ର ସିଂ ବିଜେଡି ଟିକେଟରୁ ମାରିଥିଲେ ବାଜି । ତେବେ ହେମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ଏହି ଆସନକୁ ଦଖଲ କରିଥିଲେ । ତେବେ ୨୦୧୯ରେ  ନୂଆ ସିପାହୀଙ୍କୁ ମୈଦାନକୁ ଛାଡିଛି ବିଜେଡି ।

କନ୍ଧମାଳ ଲୋକସଭା ଆସନ : ଦିଲ୍ଲୀ ଲଢେଇ ପାଇଁ ବିଜେଡିର  ସିପାହୀ ଅଚ୍ୟୁତ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଦଶପଲ୍ଲାରେ ଦମ ଦେଖାଇବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସର କସରତ, ପଦ୍ମ ଫୁଟାଇବାକୁ ବିଜେପି କରୁଛି ପ୍ରୟାସ ।

ଫୁଲବାଣୀରେ ରାଜନୀତି, ବଢୁଛି ତାତି । ବିଜେଡି ଗଡ ଦଖଲ କରିବାକୁ କଂଗ୍ରେସ ଓ ବିଜେପିର ନୂଆ ରଣନୀତି । ଅଙ୍ଗଦଙ୍କ ହାତରେ ଗଡରକ୍ଷା କରିବାର ଦାୟିତ୍ୱ ଦେଇଛି ବିଜେଡି । ୨୦୦୦ ପରଠାରୁ ଲଗାତାର ୪ ଥର ବିଜୟ ବାନା ଉଡାଇ ଆସୁଛି ବିଜେଡି ।

ବାଲିଗୁଡାରେ ବଡ ବିଜୟ ହାସଲ କରିବ କିଏ ? ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ପଦ୍ମ ଫୁଟାଇବାକୁ ବିଜେପିର ଭରସା ପୁରୁଣା ମୁହଁ । ଦେଢ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ରଣନୀତି । ଗତ ୪ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି ବାଲିଗୁଡାବାସୀ ।

ଭଞ୍ଜନଗରବାସୀଙ୍କ ଭରସା ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜେଡି ଗଡ ରହି ଆସିଛି ଭଞ୍ଜନଗର । ଦୁର୍ଗ ଭେଦ କରିବାକୁ ବିଜେପି-କଂଗ୍ରେସର କସରତ ।

ଭଞ୍ଜନଗରରେ ବିକ୍ରମଙ୍କ ଦୁର୍ଗ ଭେଦ କରିବ କିଏ? ଦେଖନ୍ତୁ ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ

ଜି ଉଦୟଗିରିରେ କାହାର ହେବ ଜୟ? ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ନିର୍ବାଚନମଣ୍ଡଳବାସୀ । ଏଥର କାହାକୁ ଭରସା କରିବେ ଭୋଟର

କଣ୍ଟାମାଳରେ ହେବ କାଣ୍ଟେ କି ଟକ୍କର । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । କଂଗ୍ରେସ ଓ ବିଜେପି ବିଜୟ ଧ୍ୱଜା ଉଡାଇବାକୁ କରୁଛନ୍ତି ନୂଆ ରଣନୀତି

ବୌଦ୍ଧରେ ବାଜି ମାରିବ କିଏ? ଦୀର୍ଘ ୨ ଦଶନ୍ଧି ଧରି ପ୍ରଦୀପଙ୍କ ଗଡ ରହି ଆସିଛି ବୌଦ୍ଧ । ୨୦୧୯ରେ ଟକ୍କର ଦେବାକୁ ପୁରୁଣା ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି , କଂଗ୍ରେସ ସମର୍ଥନରେ ସିପିଆଇରୁ ରଣଭୂମିକୁ ଓହ୍ଲାଇଛନ୍ତି ଅବକାଶ ।

ବୌଦ୍ଧରେ ପୁଣି ପ୍ରଦୀପ ଦେଖାଇବେ କି ପରାକ୍ରମ । ଜାଣନ୍ତୁ ନବୀନ ସରକାରର ହେଭିୱେଟ ନେତାଙ୍କ ବିଷୟରେ କିଛି ନୂଆ କଥା