କନକ ବ୍ୟୁରୋ: ୫ ମାସ ହେଲା ପୋଲିସକୁ ଦେଉଥିଲେ ଚକମା । କରୁଥିଲେ ଲୋକଙ୍କୁ ହଇରାଣ । ଶେଷରେ କାବୁ କଲା ପୋଲିସ । ୫ ମାସ ହେଲା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଖଜୁରୀପଡା ,ଗୋଚ୍ଛାପଡା, ଫିରିଙ୍ଗିଆ ,ଓ ନୂଆଗାଁ ଆଦି ବିଭିନ୍ନ ସରକାରୀ ଏବଂ ବେସରକାରୀ ସ୍ଥାନରୁ ଲ୍ୟାପଟପ, କମ୍ପୁଟର, ବ୍ୟାଟେରୀ, ପ୍ରିଣ୍ଟର, ଏଲିଡି ଟିଭି , ଜେନେରେଟର କରୁଥିଲେ ଚୋରି । ଆଉ ଏହି ଚୋରି ସାମଗ୍ରୀ ସବୁ ସାଲେପୁରକୁ ନେଇ ବିକ୍ରି କରୁଥିଲେ । ଟାର୍ଗେଟରେ ଥିଲା ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ, ଗ୍ରାମପଂଚାୟତ ଓ ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର ।

Advertisment

ଗୋଟିଏ ପରେ ଗୋଟିଏ ବ୍ଲକରୁ ଲୁଟି ନେଉଥିଲେ କମ୍ପୁଟର ,ଏଲିଡି ଟିଭି ,ବ୍ୟାଟେରୀ ଓ ଜେନେରେଟର ଭଳି ଜିନିଷ । ଆଉ ସେସବୁ କଟକ ଜିଲ୍ଲା ସାଲେପୁରକୁ ନେଇ ଶସ୍ତା ଦାମରେ କରୁଥିଲେ ବିକ୍ରି । ଘଟଣାକୁ ନେଇ ବିଭିନ୍ନ ଥାନାରେ ୨୦ ଟି ଚୋରୀ ମାମଲା ରୁଜୁ ହୋଇଥିଲା । କନ୍ଧମାଳ ଏସପିଙ୍କ ନିର୍ଦ୍ଧେଶରେ ଏସଡିପିଓ ଓ ସଦର ଥାନା ଓ ଫିରିଙ୍ଗିଆ ଆଇଆଇସି ଙ୍କ ନେତୃତ୍ୱ ଏକ ଟିମ ଗଠନ କରି ଚୋରୀ କରୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚୋରୀ କରିଥିବା ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି ।