କନ୍ଧମାଳରେ ପୁଣି ଯବାନ-ମାଓବାଦୀ ମୁହାଁମୁହିଁ । ବାଲିଗୁଡା ଥାନା କାମ୍ବେରିକିଆ ଜଙ୍ଗଲରେ ଗୁଳି ବିନିମୟ

238

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ତ କାମ୍ବେରିକିଆ ଜଙ୍ଗଲରେ ସୁରକ୍ଷାକର୍ମୀ- ମାଓବାଦୀ ମୁହାଁମୁହିଁ । ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହୋଇଥିବା ବେଳେ ଜଣେ ଡିଭିଏଫ୍ ଯବାନ୍ ଆହତ ସୂଚନା ହୋଇଥିବା ସୂଚନା ମିଳିଛି । ସେହିପରି ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଯବାନଙ୍କ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି । କମ୍ବେରିକିଆ ଜଙ୍ଗଲରେ କେକେବିଏନ୍ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲୁଥିବା ନେଇ ସୂଚନା ପାଇବା ପରେ କନ୍ଧମାଳ ଏସ୍ପିଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।