କନକ ବୁରୋ : କନ୍ଧମାଳରେ ଲଜ୍ଜା । କଙ୍ଗାରୁକୋର୍ଟ କରି ଯୁବକ ଯୁବତୀଙ୍କୁ ନିର୍ଯାତନା ଦେଇଛନ୍ତି ଗାଁର ଲୋକେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ସମ୍ପୂର୍ଣ୍ଣର୍ ଜିଲ୍ଲା ପାଇଁ ଲଜ୍ଜା ଆଣିଛି । ଘରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ପରିବାର ଲୋକେ ଖୋଜୁଥିବା ବେଳେ ଭାଇରାଲ ଭିଡିଓରେ ଦେଖିଥିଲେ । କଙ୍ଗାରୁକୋର୍ଟରେ ଯୁବକ ଯୁବତୀଙ୍କୁ ବାଉଁଶରେ ବାନ୍ଧି ଅର୍ଦ୍ଧ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଯାଇଛି । ଆଉ ସେମାନଙ୍କୁ ଘେରି ରହିଛନ୍ତି ଗାଁର ଲୋକେ ।
ଯୁବକ ଜଣକ ଘୁ.ଉଦୟଗିରି ଥାନା ଗୁନ୍ଦାବାଜୁ ଗାଁର । ରଙ୍ଗକାମ ପାଇଁ ବାହାରକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘଟଣା ନେଇ ପୁଲିସ ଯୁବକଙ୍କ ନିଖୋଜ ମାମଲା ରୁଜୁ କରିଥିଲେ । ହେଲେ ଏପଟେ ଭାଇରାଲ ଭିଡିଓରେ ପୁଅର ଏହି ଭଳି ଅବସ୍ଥା ଦେଖି ଘୁ,ଉଦୟଗିରି ଥାନାରେ ଏତଲା ଦେଇଛନ୍ତି ଯୁବକଙ୍କ ପରିବାର ଲୋକେ । ଏହି ଦୃଶ୍ୟ କନ୍ଧମାଳ ଅଞ୍ଚଳରେ ହୋଇଥିବା ବେଳେ କେଉଁ ଗାଁରେ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନି । ଯବୁକଙ୍କ ସୁରକ୍ଷା ନେଇ ଖୁବଶୀଘ୍ର ତଦନ୍ତ କରାଯାଇ ତାଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ଯୁବକଙ୍କ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/33-10.jpg)