କନକ ବ୍ୟୁରୋ : କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ରେଡ୍ । ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ଏକାକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି । ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏକକାଳୀନ ଚଢାଉ ଜାରି ରହିଛି । କ.ନୂଆଗାଁ ସରକାରୀ ବାସଭବନ ଓ ଅଫିସରେ ଚଢାଉ କରାଯାଉଛି ।

Advertisment

ସେହିପରି ଭଞ୍ଜନଗର ଲଣ୍ଡେଇସାହିରେ ଥିବା ବାସଭବନରେ, ଦଦରାଲୁଣ୍ଡାରେ ଥିବା ଫାର୍ମ ହାଉସରେ ରେଡ୍ କରାଯାଉଛି । ବୌଦ୍ଧ ଲୁଟାପାଲ୍ଲୀରେ ଥିବା ପୈତୃକ ବାସଭବନରେ ବି ରେଡ୍ କରାଯାଉଛି । ଗଞ୍ଜାମ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି । ଭିଜିଲାନ୍ସର ୪ଜଣ ଡିଏସପି ଓ ୭ଜଣ ଇନ୍ସପେକ୍ଟର ଚଢାଉରେ ସାମିଲ ଅଛନ୍ତି ।