କନକ ବ୍ୟୁରୋ: କନ୍ଧମାଳ କଫି ବଗିଚା ବୁଲିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଫି ବଗିଚା ଓ ପାଇନ୍ ଜଙ୍ଗଲରେ ଭିଡ ଲଗାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ । ଦାରିଙ୍ଗବାଡି ଠାରୁ ବ୍ରାହ୍ମଣିଗାଁ ଯିବା ରାସ୍ତାରେ ୨କିମି ଦୂରରେ ରହିଛି ଡୁଲୁରି ପାଇନ ବଣ । ରାସ୍ତାର ଦୁଇ ପାର୍ଶ୍ୱରେ ରହିଛି ଏହି ବଣ ଜାହା ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିଥାଏ ।
ଏହି ବଣରେ ବହି ଯାଇଥିବା ଝରଣା ସୁଉଚ୍ଚ ପାଇନ ଗଛ ମଧ୍ୟରେ ଥଣ୍ଡା ପରିବେଶରେ ପରିବାର, ବନ୍ଧୁ ବର୍ଗ, ସାଙ୍ଗସାଥୀ ମିଶି ଏକାଠି ବଣ ଭୋଜି କରିବା ସହ ନାଚ ଗୀତ କରି ଫୋଟ ଉଠାଇ ମଜ୍ଜା ନେଉଛନ୍ତିି ପର୍ଯ୍ୟଟକ । ମୁଖ୍ୟତଃ ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/12-7.jpg)