ମାଓ ବିରୋଧୀ ଅପରେସନରେ ଦୁଇ ଆହତ ଯବାନଙ୍କୁ ବୌଦ୍ଧରୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ । ପଢନ୍ତୁ, କେମିତି ଘଟିଥିଲା ପୂରା ଘଟଣା…

କନ୍ଧମାଳ ଗୋଛାପଡାରେ ଘଟିଥିଲା ବଡଧରଣର ଗୁଳିବିନିମୟ

285

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ପାଦଚଲା ରାସ୍ତା । ଆଉ ସେହି ରାସ୍ତାରେ ଆହତ ଯବାନଙ୍କୁ କାନେ୍ଧଇ ଆଗେଇ ବଢ଼ି ଚାଲୁଥିଲେ ସାଥୀ ଯବାନ । ରାସ୍ତାର ଅବସ୍ଥା ଏଭଳି ଥିଲା ଯେ, ଗାଡ଼ିମୋଟର ଦୂର କଥା ବାଇକରେ ବସାଇ ଯବାନଙ୍କୁ ଆଣିବା ସଂଭବ ନଥିଲା । କନ୍ଧମାଳ ଗୋଚ୍ଛିପଡ଼ା ଏନକାଉଣ୍ଟର ଘଟଣା ପରେ ୨ ଆହତ ଯବାନଙ୍କୁ ଚିକିତ୍ସା ସେବା ଯୋଗାଇଥିବା ଥିଲା ବଡ଼ ଚ୍ୟାଲେଞ୍ଜ ।

କାନ୍ଧରେ ବୋହି ବୋହି ୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ପଡ଼ିଥିଲା ସମତଳ ଓ ପିଚୁରାସ୍ତା । ଆଉ ସେହି ରାସ୍ତାରେ ବାଇକ୍ ଏବଂ ଆମ୍ବୁଲାନ୍ସରେ ୨୩ କିଲୋମିଟର ଯାତ୍ରା କରିବା ପରେ ପହଞ୍ଚିଥିଲା ପାଦେଲପଡ଼ା । ଆଉ ପଦେଲପଡ଼ା ସ୍କୁଲ ପଡ଼ିଆରୁ ପ୍ରାୟ ୨ଶହ କିଲୋମମିଟର ଦୂର ଭୁବନେଶ୍ୱରକୁ ଦୁଇ ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା ।

ଆହତ ଯବାନଙ୍କ ସ୍ଥାନାନ୍ତର ପ୍ରକ୍ରିୟାରେ କଣ୍ଟାମାଳ ପିଏଚସିର ଡାକ୍ତର ବିଶେଷ ସହାୟତା କରିଥିଲେ । ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ଯେଉଁ ଅବସ୍ଥାରେ ଥିଲେ ସାଙ୍ଗେସାଙ୍ଗେ ଆହାତ ଯବାନଙ୍କ ସହ ଭୁବନେଶ୍ୱର ଆସିଥିଲେ । ସାଙ୍ଗରେ ଡାକ୍ତର ଥିବାରୁ ଏବେ ଆହାତ ୨ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ପୋଲିସ ଡିଜି ।

ଏହି ପୂରା ଘଟଣାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଖବର ଆସିଲା, ଗୋଚ୍ଛାପଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଚାଲିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଓଜି ଯବାନ । ଯବାନଙ୍କୁ ଦେଖି ମାଓବାଦୀ ଲୁଚି ଛପି ଫାଏରିଂ କରିଥିଲେ ଆଉ ଯବାନ ଦେଇଥିଲେ ଜବାବ୍ । ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଥିଲେ । ସୂଚନା ଅନୁସାରେ ଏକାଧିକ ମାଓବାଦୀ ଆହତ କିମ୍ବା ନିହତ ହୋଇଛନ୍ତି ।

୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ଘଟଣା ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଯବାନଙ୍କ ସ୍ଥାନାନ୍ତର ପ୍ରକିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାନେଇଥିଲେ ପୁଲିସ୍ ଡିଜି । ଆଇଜି ଅପରେସନ୍, ଇନଟେଲିଜେନ୍ସ ଡାଇରେକ୍ଟରଙ୍କ ସହ ପୁଲିସ୍ ଡିଜି, ମାଓ ମୁବାକିଲାର ସ୍ଥିିତି ସମୀକ୍ଷା ପାଇଁ କୋରାପୁଟ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଆଉ ଅଧାବାଟରୁ ଫେରି ଦୁଇ ଜଣ ଯବାନଙ୍କୁ ଏୟାରଲିପ୍ଟ କରାଇଥିଲେ ପୁଲିସ୍ ଡିଜି ।