କନକ ବ୍ୟୁରୋ : ଲକଡାଉନରେ ମଦ ଚୋରି ପାଇଁ ମାତିଛନ୍ତି ଲୁଟେରା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକରୁ ୬ ଲକ୍ଷ ଟଙ୍କାର ବିଦେଶୀ ମଦ ଲୁଟ୍ । ୮ ଜଣ ଲୁଟେରା ବିଦେଶୀ ମଦ ଦୋକାନରେ ପଶି ମଦ ଲୁଟି ନେବା ସହ ସ୍କୁଟି, ଇନଭଟର ଓ କମ୍ପୁଟର ଆର୍ଡ ଡିକ୍ସ ମଧ୍ୟ ନେଇ ଯାଇଛନ୍ତି ।
ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ତୁମୁଡ଼ିବନ୍ଧ ରାମପୁର ଛକରେ ରହିଥିବା ବିଦେଶୀ ମଦ ଦୋକାନରେ ୮ଜାଣିଆ ଡକାୟତି ଗ୍ୟାଙ୍ଗ ପସିଥିଲେ । ଦୋକାନରେ ଥିବା ସେଲସମ୍ୟାନ ସହ ଦୁଇଜଣକୁ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଥାନାରେ ଏତଲା ପରେ ପୁଲିସର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/LIQUOR.jpg)