କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ପୁଲିସକୁ ବଡ଼ଦିନ ସୁରକ୍ଷା ଚିନ୍ତା । ସାରା ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ କଡ଼ାକଡ଼ି ସୁରକ୍ଷା କରାଯାଇଛି । ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଯାଂଚ ଚାଲିଛି । ୨୦ପ୍ଲାଟୁନ ପୁଲିସ ଫୋର୍ସ, ୭୦ରୁ ଅଧିକ ଅଧିକାରୀ ମୁତୟନ ଥିବା ବେଳେ ୧୦ଟି ଚେକିଂ ପଏଂଟ କରାଯାଇଛି ।

Advertisment

ସେପଟେ ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚରେ ମଧ୍ୟରାତିରେ ପ୍ରଭୁ ଯୀଶୁଙ୍କ ଧରାବତଣ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଛି । ଏହି ଅବସରରେ ଚର୍ଚ୍ଚକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜା ଯାଇଥିଲା । ଖ୍ରୀଷ୍ଟ ଧର୍ମବଲମ୍ବି ନୂତନ ପୋଷାକ ପରିଧାନ କରି ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ପ୍ରଭୁଙ୍କ ପ୍ରାର୍ଥନା, ଉପାସନା ସହ ଭକ୍ତିପୂର୍ଣ୍ଣ ଗୀତ ଗାଇ ଯୀଶୁଙ୍କ ଆଗମନକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ।