ବଡ଼ଦିନ ପାଳନ ପାଇଁ କୋହଳ ହେଲା କଟକଣା : ବଡ ଚର୍ଚ୍ଚରେ ୫୦ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ପାଳନ କରିପାରିବେ ବଡଦିନ ଉତ୍ସବ

କୋଭିଡ୍ ଗାଇଡଲାଇନ୍ ଭିତରେ ଖ୍ରୀଷ୍ଟପର୍ବ ପାଳନ ପାଇଁ ପ୍ରଶାସନର ଅନୁମତି

161

କନକ ବ୍ୟୁରୋ : ବଡ଼ ଦିନ ପାଇଁ କଟକଣାକୁ କୋହଳ କରିଛି ପ୍ରଶାସନ । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ କନ୍ଧମାଳରେ ପାଳିତ ହେବ ବଡ଼ ଦିନ ପୂର୍ବ । ବଡ ଚର୍ଚ୍ଚରେ ୫୦ଜଣ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ବଡଦିନ ପାଳନ କରିପାରିବେ ବୋଲି କନ୍ଧମାଳ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହା ସହ ଚର୍ଚ୍ଚ ସଜାସଜ୍ଜା ଓ ମାଇକ୍ ଲଗେଇବାକୁ ମଧ୍ୟ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

ଗତ ୨୧ ତାରିଖରେ ବସିଥିବା ଶାନ୍ତି ବୈଠକରେ ଖ୍ରୀଷ୍ଟିୟାନ୍ ସଂପ୍ରଦାୟ ପ୍ରଶାସନକୁ ବଡ ଦିନ ପାଳିବା ପାଇଁ ୧୫ଜଣ ବଦଳରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ରହିବାକୁ ଅନୁରୋଧ କରିଥିଲେ । ତାହା ବିଚାର କରି ଜିଲ୍ଲା ପ୍ରଶାସନ ଏହି ଅନୁମତି ଦେଇଛି । ଏଣୁ ଖ୍ରୀଷ୍ଟୀୟ ସଂପ୍ରଦାୟ ଓ ଚର୍ଚ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ୟଏହି ଅନୁମତି ପରେ ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏହା ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ଏହା ଉପରେ କଟକଣା ଲଗାଯାଇଥିଲା । ଏମିତି କି ଘରେ ରହି ବଡ଼ଦିନ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଥିଲା ।