କରୋନା ଆକ୍ରାନ୍ତ ପରିବାରକୁ ନିଆଁ ପାଣି ବାସନ୍ଦ : କଣାସ ବ୍ଲକ ଜାଗୁଳାଇ ପଦର ଗାଁରୁ ଆସିଛି ଏଭଳି ସଂଗୀନ ଅଭିଯୋଗ

ନାରାୟାଣ ବେହେରାଙ୍କ ବୋହୁଙ୍କୁ କରୋନା ହୋଇଥିବା ସନ୍ଦେହରେ ବାସନ୍ଦ ଅଭିଯୋଗ

186

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା କରୋନା ଆକ୍ରାନ୍ତ ପରିବାରକୁ ଗାଁରୁ ନିଆଁ ପାଣି ବାସନ୍ଦ ଅଭିଯୋଗ । ପୁରୀ ଜିଲା କଣାସ ବ୍ଲକ ଜାଗୁଳାଇପଦର ଗାଁ ନାରାୟଣ ବେହେରାଙ୍କ ବୋହୁକୁ କରୋନା ପଜିଟିଭ ହୋଇଥିବା ଅନୁମାନ କରି ୫ ଦିନ ହେଲା ପୁରା ପରିବାରକୁ ବାସନ୍ଦ କରାଯାଇଛି । ଏନେଇ ନାରାୟଣ ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଅନୁସାରେ, କିଛି ଦିନ ତଳେ ନାରାୟାଣଙ୍କ ବୋହୁଙ୍କୁ ଜର ହୋଇଥିଲା । ପରେ ସ୍ଥାନିୟ ଆଶା କର୍ମୀଙ୍କ ଜରିଆରେ ସେ ମେଡିକାଲ ଯାଇ କରୋନା ପରିକ୍ଷା କରାଇଛନ୍ତି । ଏଯାଏଁ ପରିବାର ଲୋକଙ୍କୁ କୋଭିଡ ପଜିଟିଭ ରିପୋର୍ଟ ମିଳିନାହିଁ । କିନ୍ତୁ ନାରାୟଣଙ୍କ ବୋହୁଙ୍କୁ କରୋନା ହୋଇଛି ବୋଲି କହି ଗ୍ରାମବାସୀ ପୁରା ପରିବାରକୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ପୁଅ-ବୋହୁଙ୍କ ସହ ପୁରା ପରିବାର ଏବେ ଗାଁ ବାହାରେ ଥିବା ଏହି ପଲିଥିନ ଟଣା କୁଡିଆ ଭିତରେ ରହୁଛନ୍ତି ।