ଭୁବନେଶ୍ୱର କାନନ ବିହାର ଯୁବତୀ ହତ୍ୟା ମାମଲା : ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

23

କନକ ବ୍ୟୁରୋ : ଗିରଫ ହୋଇଛି କାନନ ବିହାରରେ ଯୁବତୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ । ଗତ ୨୬ତାରିଖରେ କାନନବିହାର ଫେଜ୍-ଟୁର ଏମ୍ଆଇଜି-୫ନମ୍ବର ଫ୍ଲାଟରେ ରହୁଥିବା ହସିନା ଦାସଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତ ହସିନାଙ୍କ ବୟଫ୍ରେଣ୍ଡ ପ୍ରଦ୍ୟୁମ୍ନ ପରିଡାକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ପୁଲିସ କମିଶନର ।

ହସିନା କାମ କରୁଥିବା ହସପିଟାଲରେ ସୁପରଭାଇଜର ଥିଲା ପ୍ରଦ୍ୟୁମ୍ନ । ଦୁଇ ବର୍ଷ ତଳୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପ୍ରଦ୍ୟୁମ୍ନ ବିବାହିତ ବୋଲି ଜାଣିବା ପରେ ହସିନା ଦୂରେଇ ରହିଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣା ଦିନ ପ୍ରଦ୍ୟୁମ୍ନ, ହସିନା ଘରକୁ ଯାଇଥିଲା ସେଠାରେ ପାଟିତୁଣ୍ଡ ପରେ ପ୍ରଦ୍ୟୁମ୍ନ ଉତ୍ୟକ୍ତ ହୋଇ ଛୁରି ସାହାଯ୍ୟରେ ହସିନାକୁ ହତ୍ୟା କରିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି ।