ଓଡିଶାରେ ଲକଡାଉନର ପ୍ରଭାବ ନେଇ କନକ ନ୍ୟୁଜରେ ପ୍ରଥମ ଜନମତ ସର୍ଭେ: କେମିତି ଥିଲା ଓଡିଶା, କେମିତି ପକେଟ ଉପରେ ମାଡ଼ କରିଥିଲା ଲକଡାଉନ, ପୁରା ପରିସ୍ଥିତି ଉପରେ ମତ ରଖିଛନ୍ତି ଜନତା

ଆଜି ସନ୍ଧ୍ୟା ସାଢେ ୭ଟାରେ ଦେଖନ୍ତୁ କରୋନାକୁ ନେଇ କଣ କହୁଛି ଓଡିଶା

172

କନକ ବ୍ୟୁରୋ: ପ୍ରଥମଥର ପାଇଁ ଓଡିଶାରେ ଲକଡାଉନର ପ୍ରଭାବକୁ ନେଇ ବଡ ଧରଣର ଜନମତ ସର୍ଭେ କରାଯାଇଛି । ଆଉ କିଛି ସମୟ ପରେ ସନ୍ଧ୍ୟା ସାଢେ ୭ଟାରେ ଆପଣ ଜାଣିପାରିବେ, ଲକଡାଉନକୁ ନେଇ କଣ ଭାବୁଥିଲା ଓଡିଶା । କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ଏହି ପଦକ୍ଷେପ କେମିତି ପ୍ରଭାବ ସୃଷ୍ଟି କରିଥିଲା । ସାରା ବିଶ୍ୱର ଗତିକୁ ବ୍ରେକ୍ ଦେଇଥିବା କରୋନା ମହାମାରୀ ଯୋଗୁଁ ବିଗିଡ଼ି ଯାଇଛି ଅର୍ଥନୀତି । ସାରା ବିଶ୍ୱରେ ସାଢ଼େ ୮ ଲକ୍ଷରୁ ଅଧିକ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି । ଅଢ଼େଇ କୋଟିରୁ ଅଧିକ ଲୋକ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି ।

ତେବେ ସବୁଠୁ ବିଡମ୍ବନାର ବିଷୟ ହେଉଛି କୋଟି କୋଟି ଲୋକଙ୍କ ରୋଜଗାର ଉଜୁଛି ଯାଇଛି । ଲକ୍ଷାଧିକ ଯୁବକ କାମ ହରାଇଛନ୍ତି । ଅନେକ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ପ୍ରଭାବିତ ହୋଇଛନ୍ତି । ଛୋଟ ଛୋଟ ବ୍ୟବସାୟ କରି ଗୁଜରାଣ ମେଂଟାଉଥିବା ଲୋକଙ୍କ ରୋଜଗାର ଉପରେ ସଂଘାତିକ ପ୍ରଭାବ ପଡ଼ିଛି । ଦିନ ମଜୁରିଆ ଠାରୁ ଆରମ୍ଭ କରି କାରଖାନା ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି ।

ତେବେ କରୋନା ମାଡ଼ରେ ଓଡ଼ିଶାରେ କି ପ୍ରଭାବ ପଡ଼ିଛି? ଓଡ଼ିଶାବାସୀଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ହୋଇଛି, ତାହା ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ଭେ କରିଥିଲା କନକ ନ୍ୟୁଜ । ବିଶେଷ କରି ଛୋଟ ମୋଟ ଚାକିରି, ବ୍ୟବସାୟ କରି ଚଳୁଥିବା ଲୋକଙ୍କ ସ୍ଥିତି ଜାଣିବାକୁ ପ୍ରୟାସ କରିଥିଲେ କନକ ନ୍ୟୁଜର ପ୍ରତିନିଧିମାନେ ପ୍ରଥମଥର ପାଇଁ ଏଭଳି ଏକ ଜନମତ ସର୍ଭେ କରାଯାଇଛି । ସେହି ସର୍ଭେର ଫଳାଫଳକୁ ନେଇ ସଂଧ୍ୟା ୭ଟା ୩୦ରେ ଦେଖିପାରିବେ ଆମର ସ୍ୱତନ୍ତ୍ର ଉପସ୍ଥାପନା – କରୋନା: କ’ଣ କହୁଛି ଓଡ଼ିଶା?