କନକ ବ୍ୟୁରୋ: ମୁମ୍ବାଇରେ ଅନୁଷ୍ଠିତ ଆଇଏଏ ଓଲିଭ କ୍ରାଉନ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛି ସମ୍ବାଦ ଗ୍ରୁପ୍ । ପରିବେଶ ସୁରକ୍ଷାକୁ ନେଇ ପୁନଶ୍ଚ ପୃଥିବୀର ଅଭିଯାନକୁ ମିଳିଛି ଜୋରଦାର ପ୍ରଶଂସା । ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ ଓ ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନରବେକର ସମ୍ମାନିତ କରିଥିଲେ । ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକରେ ସମ୍ବାଦ ଗ୍ରୁପକୁ ପୁରସ୍କୃତ କରାଯାଇଛି । ପୁନଶ୍ଚ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଠାରୁ ପରିବେଶ ସୁରକ୍ଷାର ସଚେତନତା ଉପରେ ସମ୍ବାଦ ଗ୍ରୁପ ପ୍ରତ୍ୟେକ ଜିଲ୍ଲାକୁ ଯାଇ ପରିବେଶବିତ୍ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲା । ଏଥିସହ ଆଦାନୀ ଗ୍ରୁପର କ୍ଷୁଦ୍ର ଚଳଚ୍ଚିତ୍ର ୪ଟି ପୁରସ୍କାର ପାଇଛି । ‘ପେହେଲେ ପଙ୍ଖା ଫିର୍ ବିଜଲି’ ସର୍ଟ ଫିଲ୍ମ ଆଧାରିତ ଚଳଚ୍ଚିତ୍ରରେ ସ୍ଥାୟୀ ବିକାଶ ମଡେଲ୍ ଦେଖାଯାଇଛି ।