କନକ ନ୍ୟୁଜର ଖବର ପ୍ରସାରଣର ପ୍ରଭାବ: ଏସସିବିରେ କରୋନା ୱାର୍ଡରେ ଅବ୍ୟବସ୍ଥା ନେଇ ଚେତିଲେ କର୍ତ୍ତୃପକ୍ଷ; ରାତି ଅଧିଆ ଟାଟା ମ୍ୟାଜିକରେ ରୋଗୀଙ୍କୁ ପଠାଇଦେଲେ କୋଭିଡ ହସ୍ପିଟାଲ

ଆଂବୁଲାନ୍ସ ବ୍ୟବହାର ନହେବା ନେଇ ଉଠିଲା ପ୍ରଶ୍ନ

82

କନକ ବ୍ୟୁରୋ: କନକ ନ୍ୟୁଜର ଖବର ପ୍ରସାରଣ ପରେ କଟକ ଏସସିବି ମେଡିକାଲ କରୋନା ୱାର୍ଡରୁ କୋଭିଡ ହସ୍ପିଟାଲକୁ ରାତିରେ ସ୍ଥାନାନ୍ତର ହେଲେ କରୋନା ରୋଗୀ । ଗତକାଲି ସଂଧ୍ୟାରେ କଟକ ଏସସିବି ଡାକ୍ତରଖାନାରେ କରୋନା ରୋଗୀଙ୍କୁ ରଖାଯାଇଥିବା ୱାର୍ଡ ଗୁଡିକର ପରିଷ୍କାର ଓ ପରିଛନ୍ନତା ନେଇ ଖବର ପ୍ରସାରଣ ହୋଇଥିଲା । ପରିଷ୍କାର ପରିଛନ୍ନତା ନାହିଁ । କରୋନା ରୋଗୀଙ୍କୁ ଖାଦ୍ୟ ଫିଙ୍ଗି ଦେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏସବୁ ପରେ ବି କର୍ତୃପକ୍ଷ ସଜାଗ ହୋଇନାହାନ୍ତି ।

ତିନି ଦିନ ଧରି ବେଡ୍ ନାହିଁ କହି କରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉନଥିଲା । ଖବର ପ୍ରସାରଣ ପରେ ପରେ ଗତକାଲି ରାତି ୧୨ଟାରେ ତରବରିଆ ଭାବେ ଟାଟା ଏସସିରେ ସ୍ଥାନାନ୍ତର କରାଯାଇଛି କୋଭିଡ ହସ୍ପିଟାଲକୁ । କରୋନା ରୋଗୀଙ୍କୁ ଆଂବୁଲାନ୍ସରେ ନେବା ଆଣିବା କରିବା ନେଇ ପ୍ରାବଧାନ ରହିଛି । କିପରି ରାତି ଅଧିଆ ଟାଟା ଏସସିରେ କୋଭିଡ ହସ୍ପିଟାଲକୁ ପଠାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଏପଟେ, ଲକଡାଉନ ସମୟରେ ଅସହାୟ ଲୋକଙ୍କ ପାଇଁ ଦେବଦୂତ । ରାସ୍ତାକଡର ଅସହାୟ ଲୋକଙ୍କୁ ସାନିଟାଇଜ କରିବା ଠାରୁ ମାସ୍କ ପ୍ରଦାନ କରି ସଚେତନ କରିବା କାମ କରୁଛନ୍ତି ଯୁବ ସମାଜସେବୀ । ଅସହାୟଙ୍କୁ ବାଂଟୁଛନ୍ତି ଖାଦ୍ୟ ଓ ପୋଷାକ । କଟକର ଚିନ୍ମୟ ପାତ୍ର ଓ ତାଙ୍କ ସହଯୋଗୀ ସଂକଳ୍ପ ୟୁଥ୍ କ୍ଲବ ପକ୍ଷରୁ ଗତ ୪ ମାସ ହେଲା ଏପରି ସେବା ଜାରି ରହିଛି । ଖାସ କରି କଟକ ଓ ଭୁବନେଶ୍ୱରର ରାସ୍ତା କଡରେ ବୁଲୁଥିବା ଅସହାୟ ଲୋକମାନଙ୍କୁ ଏପରି ସେବା ଯୋଗାଇ ଦେଉଛନ୍ତି ଏହି ଯୁବ ଗୋଷ୍ଠୀ ।