କନକ ନ୍ୟୁଜର ପ୍ରଭାବ...ଖବର ପ୍ରସାରଣ ପରେ ସୁରଥୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ...ଦୁଃଖ ବୁଝିବା ସହ ଅସହାୟ ବୃଦ୍ଧାଙ୍କୁ କଲେ ଜରାଶ୍ରମରେ ଥଇଥାନ

କନକ ନ୍ୟୁଜର ପ୍ରଭାବ...ଖବର ପ୍ରସାରଣ ପରେ ସୁରଥୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ...ଦୁଃଖ ବୁଝିବା ସହ ଅସହାୟ ବୃଦ୍ଧାଙ୍କୁ କଲେ ଜରାଶ୍ରମରେ ଥଇଥାନ

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଜରାଶ୍ରମ ଗଲେ ଅସହାୟ ବୃଦ୍ଧା । ଦଶରଥପୁର ବ୍ଲକ ଅସନପୁର ପଂଚାୟତ କଂଟାବଣିଆ ଗାଁର ସୁରଥୀଙ୍କୁ ଛତିଆର ସେବକ ଆଶ୍ରମକୁ ନିଆଯାଇଛି । ଭାରପ୍ରାପ୍ତ ଜିଲ୍ଲାପଳ ମିହିର ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରଥୀଙ୍କ ନିକଟରେ ପହଂଚି ତାଙ୍କୁ ସେବକ ଜରାଶ୍ରମରେ ଥଇଥାନ କରାଯାଇଛି ।

publive-image

୪୦ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସୁରଥୀ ବେସାହାରା ହୋଇ ପଡିଥିଲେ । ତେବେ ସରକାରୀ ସହାୟତା ନାଁରେ ସୁରଥୀଙ୍କୁ ମିଳୁଥିଲା ମାତ୍ର ୫ଶହ ଟଙ୍କାର ଭତ୍ତା ସାଙ୍ଗକୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ । ଜମିବାଡି କିଛି ନଥିବାରୁ ବୃଦ୍ଧା ଜଣକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଡିରହିଥିବା ବେଳେ ପଡୋଶୀଙ୍କ ହାତଟେକାରେ ପୁରୁଥିଲା ଅସହାୟ ସୁରଥୀଙ୍କ ଭୋକିଲା ପେଟ ।

publive-image

ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅସହାୟ ସୁରଥୀଙ୍କୁ ଥଇଥାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe