କନକ ନ୍ୟୁଜର ପ୍ରଭାବ: ଖବର ପ୍ରସାରଣ ପରେ ମାଥିଲିରେ ପହଁଞ୍ଚିଲେ ସ୍ୱାସ୍ଥ୍ୟଟିମ୍; ପୁରା ଗାଁ ଲୋକଙ୍କର କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା, ଅଧିକ ପରୀକ୍ଷା ପାଇଁ ଅଣାଗଲା ରକ୍ତ ଓ ମୂତ୍ର ନମୂନା

ଅସୁସ୍ଥ ୧୪ ଜଣଙ୍କୁ ଡାକ୍ତରଖାନା ଆଣିବ ପ୍ରଶାସନ

124

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ଉପାନ୍ତ ଗାଁରେ ପହଁଚିଲା ସ୍ୱାସ୍ଥ୍ୟ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସୋଡିଗୁଡା ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରିଛି ସ୍ୱାସ୍ଥ୍ୟ ଟିମ୍ । ଗାଁ ର ସମସ୍ତ ଲୋକଙ୍କ ଠାରୁ ରକ୍ତ ନମୁନା ଏବଂ ପରିସ୍ରା ନମୂନା ସଂଗ୍ରହ କରି ଆଣିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରଶାସନିକ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଂଚି ଅଜଣା ରୋଗର ଅନୁଧ୍ୟାନ କରି ଫେରିଛନ୍ତି । ଗୋଟିଏ ପରେ ଗୋଟିଏ ଗ୍ରାମବାସୀଙ୍କ ରୋଗରେ ମୃତ୍ୟୁ ଘଟୁଛି ।

ଉପାୟ ଶୂନ୍ୟ ଗ୍ରାମବାସୀ ଏପରି ସ୍ଥିତିରେ ଗୁଣିଆକୁ ଭରସା କରିଛନ୍ତି । ଏ ସମ୍ପର୍କିତ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଜିଲା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଙ୍କ ସୋଡିଗୁଡା ଗାଁରେ ପହଁଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗାଁର ସମସ୍ତ ଲୋକଙ୍କ ଠାରୁ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରି ନିଆଯାଇଛି । ବର୍ତମାନ ରୋଗରେ ଆକ୍ରାନ୍ତ ୧୪ ଜଣଙ୍କୁ ଗାଁରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା କରିଛି ବିଭାଗ । ମାଲକାନଗିରି ଉପଜିଲାପାଳ ସମେତ ମାଥିଲି ବିଡିଓ ଏବଂ ମାଥିଲି ସବଡିଭିଜନ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମଧ୍ୟ ଗାଁରେ ପହଂଚି ଲୋକଙ୍କୁ ଭେଟିଛନ୍ତି ।